ପ୍ରୟାଗରାଜ,୭।୧୧: ଉତ୍ତରପ୍ରଦେଶର ପ୍ରୟାଗରାଜରେ ମହାକୁମ୍ଭ ମେଳାକୁ ନେଇ ବସିଥିବା ଆଖଡା ବୈଠକରେ ମାରପିଟ୍ ହୋଇଛି। ସାଧୁ ଓ ସନ୍ଥଙ୍କ ମଧ୍ୟରେ ତୀବ୍ର ସଂଘର୍ଷ ହୋଇଥିଲା। ଆଖଡା ସହିତ ଜଡିତ ସାଧୁମାନେ ପରସ୍ପରକୁ ଚାପୁଡ଼ା ମାରିଥିଲେ। କେବଳ ଏତିକି ନୁହେଁ, ସେମାନେ ପରସ୍ପରକୁ ବିଧା ଏବଂ ଗୋଇଠା ମାରିଥିଲେ। ମହାକୁମ୍ବ ମେଳା ପ୍ରାଧିକରଣର ଆଖଡାର ବୈଠକ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିଲା। ଆଖଡା ପରିଷଦ ଦୁଇଟି ଦଳରେ ବିଭକ୍ତ ହୋଇଛନ୍ତି। ଏହି ବୈଠକରେ ଉଭୟ ଗୋଷ୍ଠୀର ଅଧିକାରୀ ମୁହାଁମୁହିଁ ହୋଇଥିଲେ ଏବଂ ବିତର୍କ ପରେ ଝଗଡା ହୋଇଥିଲା।