Categories: ଜାତୀୟ

ଅତିକ-ଅଶରଫ ମାମଲା ପରେ ଭୟ କଲେଣି ମୁଖତାର ଅଂସାରି

ନୂଆଦିଲ୍ଲୀ,୩।୫: ଅତିକ ଅହମଦ ଓ ଅଶରଫ ଅହମଦଙ୍କ ହତ୍ୟା ପରେ ମାଫିଆ ମୁଖତାର ଅଂସାରି ଡରି ଯାଇଛନ୍ତି। ଗ୍ୟାଙ୍ଗଷ୍ଟରରୁ ରାଜନେତା ହୋଇଥିବା ପୂର୍ବାଞ୍ଚଳର ମାଫିଆ ଡନ ମୁଖତାର ଅଂସାରି ଆହ୍ଲାବାଦ ହାଇକୋର୍ଟରେ ସୁରକ୍ଷା ପାଇଁ ଆବେଦନ କରିଛନ୍ତି। ମୁଖତାରଙ୍କ ପତ୍ନୀ ଆଫଶା ଅଂସାରି ଆବେଦନ କରିଛନ୍ତି। ଏହି ଆବେଦନ ଉପରେ ଶୁଣାଣି କରି ହାଇକୋର୍ଟ ଜେଲ ଡିଜିଙ୍କୁ କିଛି ନିର୍ଦ୍ଦେଶ ଦେଇଛନ୍ତି। ହାଇକୋର୍ଟ କହିଛନ୍ତି, ମୁଖତାର ଅଂସାରିଙ୍କୁ ପର୍ଯ୍ୟାପ୍ତ ସୁରକ୍ଷା ପ୍ରଦାନ କରାଯାଉ। ବାନ୍ଦା ଜେଲରେ ତାରିଖରେ ହାଜର ହେବା ସମୟରେ ଓ ଜେଲ ବଦଳାଇବା ସମୟରେ ଲୋକଙ୍କୁ ଦୂରେଇ ରଖାଯାଉ। ଖବରଦାତାଙ୍କୁ ବି ମୁଖତାର ଅଂସାରିଙ୍କଠାରୁ ଦୂରେଇ ରଖାଯାଉ। ଆଫଶା ଅଂସାରି ସୁପ୍ରିମକୋର୍ଟରେ ବି ଆବେଦନ କରିଥିଲେ। ସୁପ୍ରିମକୋର୍ଟ ହାଇକୋର୍ଟରେ ଆବେଦନ ପାଇଁ କହିଥିଲେ।

Share