Categories: ଜାତୀୟ

ହିମନ୍ତ ଶର୍ମାଙ୍କ ଉପରେ ତାତିଲେଣି ଭାଜପା ହାଇକମାଣ୍ଡ? ତେଜିଲାଣି ବବାଦ

ନୂଆଦିଲ୍ଲୀ,୧।୯:ଆସାମ ବିଧାନସଭାରେ ନମାଜ ପଢିବାକୁ ବନ୍ଦ କରିବା ନେଇ ରାଜନୀତି ସରଗରମ ରହିଛି। ଆସାମ ବିଧାନସଭାରେ ଶୁକ୍ରବାର ଦୁଇ ଘଣ୍ଟିଆ ନମାଜ ପଢିବା ବାତିଲ କରିବାକୁ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା ଘୋଷଣା କରିଛନ୍ତି। ସେ କହିଛନ୍ତି, ଏହା ଉତ୍ପାଦନ ବୃଦ୍ଧି କରିବ ଏବଂ ଉପନିବେଶ ଯୁଗର ପ୍ରଥାକୁ ଦୂର କରିବ। ଆସାମ ସିଏମଙ୍କ ଏହି ନିଷ୍ପତ୍ତି ଉପରେ କଂଗ୍ରେସର ବରିଷ୍ଠ ନେତା ତଥା ରାଜ୍ୟ ସଭା ଏମପି ଡକ୍ଟର ସୟଦ ନାସିର ହୁସେନ ଟାର୍ଗେଟ କରିଛନ୍ତି।

ହୁସେନ କହିଛନ୍ତି, ମୁଁ ଭାବୁଛି, ଆସାମ ସରକାର ଏବଂ ମୁଖ୍ୟମନ୍ତ୍ରୀ ହିମନ୍ତ ଶର୍ମା ଏହି ଜିନିଷ ପ୍ରତି ଅଧିକ ଆଗ୍ରହୀ ଅଟନ୍ତି। ଲୋକଙ୍କ ପାଇଁ ଜନ କଲ୍ୟାଣକାରୀ ଯୋଜନା, ସୁବିଧା ପାଇଁ ଯୋଜନା କରିବାରେ ସେ ବିଶ୍ୱାସ ରଖୁ ନାହାନ୍ତି। ତାଙ୍କୁ ଲାଗୁଛି ଭାଜପାର ହାଇକମାଣ୍ଡ ତାଙ୍କ ଉପରେ ଖୁସି ନାହାନ୍ତି ତେଣୁ ତାଙ୍କ ପାଖରେ ଅଧିକ ବିଶ୍ୱସ୍ତତା ଦେଖାଇବା ପାଇଁ ସେ ଏହି ସବୁ କାର୍ଯ୍ୟ କରୁଛନ୍ତି। କିନ୍ତୁ ଏଥିରେ କିଛି ଫରକ ପଡିବ ନାହିଁ।

କଂଗ୍ରେସ ରାଜ୍ୟ ସଭା ଏମପି ଏପରିକି ଦାବି କରିଛନ୍ତି ଯେ, ଆସାମରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେଲେ ଭାଜପାକୁ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିବ। ଆଗାମୀ ନିର୍ବାଚନରେ ହିମନ୍ତ ହାରିବାକୁ ଯାଉଛନ୍ତି, ତେଣୁ ସେ ବିଭାଜନ ଏବଂ ପୋଲାରାଇଜେସନ ପ୍ରସଙ୍ଗରେ ରାଜନୀତି କରୁଛନ୍ତି। ପ୍ରତ୍ୟେକ ସମ୍ପ୍ରଦାୟର ଲୋକ ଏବଂ ପ୍ରତ୍ୟେକ ଧର୍ମର ଲୋକମାନେ ଭାରତରେ ରୁହନ୍ତି। ସେମାନଙ୍କର ସଭ୍ୟତା, ଯାହା ଶତାବ୍ଦୀ ଧରି ଜାରି ରହିଛି ତାକୁ ଅଟକାଇବା ଭଲ ନୁହେଁ।

 

Share