Categories: ଖେଳ

ପାକିସ୍ତାନରୁ ଆସିଲା ପନ୍ତଙ୍କ ଆରୋଗ୍ୟ କାମନା ବାର୍ତ୍ତା, ଜାଣନ୍ତୁ କିଏ କହିଲା କ’ଣ…

ନୂଆଦିଲ୍ଲୀ,୩୧।୧୨: ଭାରତୀୟ କ୍ରିକେଟର ଋଷଭ ପନ୍ତଙ୍କ ଶୀଘ୍ର ଆରୋଗ୍ୟ ପାଇଁ ଦେଶବିଦେଶର କ୍ରିକେଟରଙ୍କ ସହ ପ୍ରଶଂସକମାନେ ପ୍ରାର୍ଥନା କରୁଛନ୍ତି। ବିଶେଷକରି ଚିର ପ୍ରତିନ୍ଦ୍ୱନ୍ଦ୍ୱୀ ପାକିସ୍ତାନ ଟିମ୍‌ର ଅନେକ ଖେଳାଳି ତାଙ୍କ ଉଦ୍ଦେଶ୍ୟରେ ସ୍ବତନ୍ତ୍ର ବାର୍ତ୍ତା ଲେଖିବା ସହ ପ୍ରାର୍ଥନା କରୁଥିବା ଜଣାଇଛନ୍ତି। ଖେଳାଳିମାନଙ୍କ ମଧ୍ୟରେ ଶାହିନ ଆଫ୍ରିଦି, ଶାଦାବ ଖାଁ, ଶୋଏବ ମଲିକ, ମହମ୍ମଦ ହଫିଜ୍‌, ବଜାବ ରିୟାଜ, କାମରାନ ଅକମଲ ଏବଂ ହସନ ଅଲିଙ୍କ ଭଳି ଖେଳାଳି ଅଛନ୍ତି।

ଶୋଏବ ମଲିକ ଟୁଇଟ୍‌ କରି କହିଛନ୍ତି, ଏବେ ଏବେ ଭାରତରେ ପନ୍ତଙ୍କ ଦୁର୍ଘଟଣା ବିଷୟରେ ଶୁଣିବାକୁ ପାଇଲି। ତୁମର ଆଶୁ ଆରୋଗ୍ୟ କାମନା କରୁଛି। ଆଶା କରୁଛି ତୁମେ ଶୀଘ୍ର ଠିକ୍‌ ହୋଇଯିବ। ଗେଟ୍‌ ଓ୍ବେଲ୍‌ ସୁନ୍‌ ବ୍ରଦର।

ଦଳରୁ ବାଦ୍‌ ପଡ଼ିଥିବା ପାକିସ୍ତାନ ଅଲରାଉଣ୍ଡର ହସନ ଅଲି ଲେଖିଛନ୍ତି, ଆଶା କରୁଛି ପନ୍ତଙ୍କ ସହ କିଛି ଗମ୍ଭୀର ଘଟିନାହିଁ। ତୁମର ଶୀଘ୍ର ଆରୋଗ୍ୟ ହେବାର କାମନା କରୁଛି। ସମ୍ପୂର୍ଣ୍ଣ ଭାବେ ସୁସ୍ଥ ହୋଇ ମଇଦାନକୁ ଫେର।

ସେହିଭଳି ଶାହିନ, ଶାଦାବ, ମହମ୍ମଦ, ବହାବ ମଧ୍ୟ ପନ୍ତଙ୍କ ପାଇଁ ପ୍ରାର୍ଥନା କରିବା ସହ ଶୀଘ୍ର ସୁସ୍ଥ ହେବାକୁ ନେଇ ବାର୍ତ୍ତା ଦେଇଛନ୍ତି।

Share