Categories: ବାଣିଜ୍ୟ

ଏଡୁନମ୍‌ ପକ୍ଷରୁ ପ୍ରି ଡିପାର୍ଚର ସେରେମନି

ଭୁବନେଶ୍ୱର,୪।୧୦: ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଏଡୁନାମ ପକ୍ଷରୁ ଏକ ପ୍ରି ଡିପାର୍ଚର ସେରେମନି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ୧୦୦ରୁ ଅଧିକ ସମ୍ଭାବ୍ୟ ଡାକ୍ତରୀ ଛାତ୍ରୀଛାତ୍ର ଯୋଗଦେଇଥିଲେ। ଏହି ପରିପ୍ରେକ୍ଷୀରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ‘ବିଦାୟ ସମ୍ବର୍ଦ୍ଧନା ଉତ୍ସବ’ର ଆୟୋଜନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଭୁବନେଶ୍ୱର ମେୟର ସୁଲୋଚନା ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ବିଏମ୍‌ସି କର୍ପୋରେଟର ମହାମାୟା ସ୍ବାଇଁଙ୍କ ସମେତ ସୁଦୀପା ଦାସ,ଶାନ୍ତନୁ ପାଣି,କିଶୋର ଦ୍ୱିବେଦୀ, ପ୍ରୀତି ଦାଶ ଏବଂ ଲମ୍ବୋଦର ରାଉତ ପ୍ରମୁଖ ବକ୍ତାଭାବେ ଯୋଗଦେଇଥିଲେ। ଏଡୁନମ୍‌ ଛାତ୍ରମାନଙ୍କୁ ରୁଷିଆ, ବାଂଲାଦେଶ, ନେପାଳ, ପୋଲାଣ୍ଡ, ଜର୍ଜିଆ, ଉଜ୍‌ବେକିସ୍ତାନ, କାଜାଖସ୍ତାନ, କିର୍ଗିଜସ୍ତାନ, ମରିସସ୍‌ ଏବଂ ଜର୍ମାନୀ ଭଳି ଦେଶରେ ଏମ୍‌ବିବିଏସ୍‌ ମେଡିକାଲ ଶିକ୍ଷା ପାଇଁ ଆବଶ୍ୟକ ସହାୟତା ପ୍ରଦାନ କରିଥାଏ। ଅଷ୍ଟ୍ରେଲିଆ ଭଳି ଦେଶରେ ଆଡମିଶନ ପାଇଁ ଭାରତୀୟ ଛାତ୍ରମାନଙ୍କୁ ଅଧ୍ୟୟନର ବିକଳ୍ପ ପ୍ରଦାନ କରିବା ସହିତ ସିଙ୍ଗାପୁର, ଜର୍ମାନୀ, ଦୁବାଇ, ମାଲେସିଆ, ଫ୍ରାନ୍ସ, ଆମେରିକା, ୟୁକେ ଓ କାନାଡା ଭଳି ଦେଶରେ ୨୦୦୦ରୁ ଅଧିକ ଛାତ୍ରୀଛାତ୍ରୀ ପୂର୍ବରୁ ଏଡୁନମ୍‌ ମାଧ୍ୟମରେ ଏମ୍‌ବିବିଏସ୍‌ ପାଠ୍ୟକ୍ରମରେ ଆଡମିଶନ ହୋଇସାରିଛନ୍ତି। ଏହାର ମୁଖ୍ୟ କାର୍ଯ୍ୟାଳୟ ନୂଆଦିଲ୍ଲୀଠାରେ ଥିବାବେଳେ ଭୁବନେଶ୍ୱରଠାରେ ଶାଖା କାର୍ଯ୍ୟାଳୟ ରହିଛି। ଉଲ୍ଲେଖଯୋଗ୍ୟ, ଏଡୁନମ୍‌ ଗାଇଡିଂ କ୍ୟାରିୟର ଶ୍ରେଷ୍ଠ ଶିକ୍ଷାବିତ୍‌ ତଥା କ୍ୟାରିୟର ପରାମର୍ଶଦାତା ଲମ୍ବୋଦର ରାଉତଙ୍କ ଦ୍ୱାରା ୨୦୦୭ରେ ପ୍ରତିଷ୍ଠିତ ହୋଇଥିଲା। ଏହା ଏକ ପ୍ରାଥମିକ ଶିକ୍ଷା ପରାମର୍ଶଦାତା ସଂଗଠନ, ଯାହାକି ଛାତ୍ରୀଛାତ୍ରଙ୍କ ବଜେଟ ଏବଂ ଆଶା ଅନୁଯାୟୀ ବିଦେଶରେ ଡାକ୍ତରୀ ଅଧ୍ୟୟନ ତଥା ବିଦେଶରେ ଅଧ୍ୟୟନ କରିବାକୁ ସାହାଯ୍ୟ ଏବଂ ମାର୍ଗଦର୍ଶନ ଯୋଗାଇଥାଏ।

Share