ମନମୁଣ୍ଡା, ୧୪।୧୨(ଡି.ଏନ.ଏ.)-ବୌଦ୍ଧ ଜିଲାର ପୁରୁଣା ଜିଲାପାଳ କାର୍ଯ୍ୟାଳୟରେ ଜାନୁୟାରୀ ୨ତାରିଖରେ ଉଦ୍ଘାଟନ ହେବାକୁ ଯାଉଛି ସଂଗ୍ରହାଳୟ। ଏଥିପାଇଁ ନିଜ ପାଖରେ ଥିବା ପୁରାତନ ଜିନିଷ ଯାହା ଲୋକଲୋଚନରୁ ହଜିଯାଇଛି ସେସବୁୁ ଦାନ କରିବା ପାଇଁ ଜିଲାପାଳ ଲଲାଟେନ୍ଦୁ ମିଶ୍ର ଜିଲାବାସୀଙ୍କୁ ଅନୁରୋଧ କରିଛନ୍ତିି । ଏହି ଉଦ୍ଦେଶ୍ୟରେ ପୁରାତନ କୀର୍ତ୍ତିରାଜି ସଂଗ୍ରହ ପାଇଁ ବାଉଁଶୁଣୀ ଡିଗ୍ରୀ ମହାବିଦ୍ୟାଳୟରେ ଖୋଲାଯାଇଥିବା ସଂଗ୍ରହ କେନ୍ଦ୍ରରେ ରବିବାର ବାଉଁଶୁଣି ଥାନା ପଡାର ଶ୍ୟାମସୁନ୍ଦର ମେହେର ପୁରୁଣା ଜିନିଷ ପ୍ରଦାନ କରିଛନ୍ତି । ସେ ୧୮୯୭ ଓ ୧୯୪୪ ପ୍ରଚଳିତ ପୁରୁଣା ତମ୍ବା ମୁଦ୍ରା ତଥା ପଇସା ଦାନ କରିଛନ୍ତି । ପୂର୍ବରୁ ଏହା ଇଂରେଜ ସରକାରଙ୍କ ଅମଳରେ ପ୍ରଚଳିତ ହେଉଥିଲା । ଏହି ତମ୍ବା ପଇସା ଏବେ ଆଉ ଦେଖିବାକୁ ମିଳୁନି । ଏବକାର ଓ ଆଗାମୀ ପୀଢ଼ି ଏହାକୁ ଜିଲା ସଂଗ୍ରହ କେନ୍ଦ୍ରରେ ଦେଖିବାର ସୁଯୋଗ ଓ ମଜା ନେଇପାରିବେ । ଏହି ସମୟରେ ବାଉଁଶୁଣୀ ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଅନିରୁଦ୍ଧ ମହାକୁଳଙ୍କ ସମେତ ସମସ୍ତ ଅଧ୍ୟାପକ ଉପସ୍ଥିତ ଥିଲେ ।
୧୮ ମାଓବାଦୀଙ୍କ ନଁାରେ ୮.୪ କୋଟି ପୁରସ୍କାର
ବୌଦ୍ଧ,୨୧ା୧୨(ଅଜିତ କୁମାର ବାରିକ): ୨୦୨୬ ମାର୍ଚ୍ଚ ୩୧ ସୁଦ୍ଧା ଦେଶରୁ ମାଓବାଦୀ ମୂଳୋତ୍ପାଟନ କରିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି। ଏହି କ୍ରମରେ ବୌଦ୍ଧ...
୧୮ ମାଓବାଦୀଙ୍କ ମୁଣ୍ଡ ପାଇଁ ୮ କୋଟି ୪୦ ଲକ୍ଷ ପୁରସ୍କାର
ଭୁବନେଶ୍ୱର,୨୦।୧୦: ମାଓବାଦୀଙ୍କୁ ଧରାଇ ଦେବା ପାଇଁ ପୋଲିସ ପକ୍ଷରୁ ଏକ ବଡ଼ ଘୋଷଣା କରାଯାଇଛି। ବୌଦ୍ଧ ପୋଲିସ ୧୮ ମାଓବାଦୀଙ୍କ ମୁଣ୍ଡ ଉପରେ ୮ କୋଟି...
ବିଦ୍ୟାଳୟ ଗୃହ ନିର୍ମାଣ ପାଇଁ ଆସିଥିବା ଅର୍ଥ ଆତ୍ମସାତ୍ ମାମଲା, ଶିକ୍ଷକଙ୍କୁ ୪ ବର୍ଷ ଜେଲ
ଫୁଲବାଣୀ/ବୌଦ୍ଧ, ୧୩ା୧୨(ରାକେଶ କୁମାର ରାଉତ/ଅଜିତ୍ କୁମାର ବାରିକ୍): ବିଦ୍ୟାଳୟ ଗୃହ ନିର୍ମାଣ ପାଇଁ ଆସିଥିବା ଅର୍ଥ ଆତ୍ମସାତ୍ ମାମଲାର ବିଚାର କରି ଶୁକ୍ରବାର ଫୁଲବାଣୀ ଭିଜିଲାନ୍ସ...
ଗାଈକୁ ମାରି ଖାଇଲା ବାଘ, ପାଦଚିହ୍ନ ଦେଖି ଲୋକେ ଭୟଭୀତ
କଣ୍ଟାମାଳ,୧୦ା୧୨(ଆଦିତ୍ୟେଶ୍ୱର ମିଶ୍ର): ସମାକୁପା ଅଞ୍ଚଳରେ ବାଘ ଆତଙ୍କ ଦେଖିବାକୁ ମିଳିଛି। ଏକ ଗାଈକୁ ମାରି ଖାଇଦେଇଛି ବାଘ। ଜଙ୍ଗଲରେ ବାଘର ପାଦଚିହ୍ନ ଏବଂ ମଳ ଦେଖି...
ଏମିତି ବି ଆସେ ମୃତ୍ୟୁ: ସକାଳୁ ସକାଳୁ ବୁଲି ବାହାରି ପଡ଼ିଥିଲେ ଦମ୍ପତି, ସ୍ବାମୀଙ୍କ ଆଖିଆଗରେ…
ବୌଦ୍ଧ ୮।୧୨(ଅଜିତ କୁମାର ବାରିକ): ବୌଦ୍ଧ ଜିଲା ଖୋର୍ଦ୍ଧା ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥର ପୁରୁଣାକଟକ ଥାନା ଅନ୍ତର୍ଗତ ମାର୍ଦିଙ୍ଗ ଗ୍ରାମ ନିକଟସ୍ଥ ବୁଲାଣି...
ବୌଦ୍ଧ ମୁଖ୍ୟ ଡାକଘରୁ ୩୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଚୋରି
ବୌଦ୍ଧ ,୧।୧୨ ( ଅଜିତ କୁମାର ବାରିକ) : ବୌଦ୍ଧସହର ମୁଖ୍ୟ ଡାକଘରୁ ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଛି । ଘଟଣାସ୍ଥଳରେ ବୌଦ୍ଧ ପୋଲିସ...
ଭିଣୋଇଙ୍କ ଉପରେ ଏତେ ରାଗ, ଶଳାଙ୍କ ଆଖିବୁଜା ଗୁଳିମାଡ଼ରେ…
କଣ୍ଟାମାଳ,୨୦।୧୧( ଆଦିତେଶ୍ୱର ମିଶ୍ର)- ବୌଦ୍ଧ ଜିଲା ମନମୁଣ୍ଡା ଥାନା ତିଲପଙ୍ଗା ଗାଁରେ ଗୁରୁବାର ସାରେ ଅଭାବନୀୟ ଘଟଣା ଘଟିଛି। ଶଳାଙ୍କ ଗୁଳିମାଡ଼ରେ ଭିଣୋଇ ଗୁରୁତର ହୋଇଥିବା...
ମହାନଦୀ ସେତୁ ତଳକୁ ଡେଉଁଥିଲେ ଛାତ୍ରୀ, ହଠାତ୍…
ବୌଦ୍ଧ,୧୮।୧୧:(ଅଜିତ କୁମାର ବାରିକ): ବୌଦ୍ଧ ଜିଲା କିଆକଟା ମହାନଦୀ ବ୍ରିଜରୁ ତଳକୁ ଜଣେ ଛାତ୍ରୀ ଡେଇଁବାକୁ ଉଦ୍ୟମ କରୁଥିଲେ। ଏହି ସମୟରେ ଅଗ୍ନିଶମ ବାହିନୀ ତାଙ୍କୁ...
Archives


