ଦାରିଙ୍ଗବାଡି ଅଞ୍ଚଳରେ ପ୍ରାକ୍‌ ମୌସମୀ ବର୍ଷା

ଦାରିଙ୍ଗବାଡି,୨୧।୬(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ବୁଧବାର କିଛି ସ୍ଥାନରେ ପ୍ରାକ୍‌ ମୌସମୀ ବର୍ଷା ଆରମ୍ଭ ହୋଇଛି। ପୂର୍ବାହ୍ନ ସାଢେ ୧୦ଟାବେଳେ ହାଲକା ବିଜୁଳି ଘଡଘଡିରୁ ଏହି ବର୍ଷା ଆରମ୍ଭ ହୋଇଛି। ବର୍ଷା ଯୋଗୁଁ ଗରମରୁ ସାମାନ୍ୟ ଆଶ୍ବସ୍ତି ମିଳିଛି। ତେବେ ଉକ୍ତ ବ୍ଲକର ସିମନବାଡି ଓ ତାର ଅଖପାଖରେ ବର୍ଷା ଲାଗିରହିଥିବାବେଳେ ଦାରିଙ୍ଗବାଡି ସହରରେ ପ୍ରଚଣ୍ଡ ଖରା ସହ ଗରମ ଗୁଳୁଗୁଳି ଅନୁଭୂତ ହେଉଛି।

Share