ଦାରିଙ୍ଗବାଡ଼ିରେ ପ୍ରାକ୍‌ ମୌସମୀ ବର୍ଷା

ଦାରିଙ୍ଗବାଡି,୨୧।୬(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ଶୁକ୍ରବାର ପ୍ରାକ୍‌ ମୌସମୀ ବର୍ଷା ହୋଇଛି। ବର୍ଷା ଯୋଗୁ ଲୋକଙ୍କୁ ଗରମ, ଗୁଳୁଗୁଳିରୁ ସାମାନ୍ୟ ନିସ୍ତାର ମିଳିଛି।

ଶୁକ୍ରବାର ପୂର୍ବାହ୍ନ ୧୦ଟାରୁ ବ୍ଲକ ଅଞ୍ଚଳର ପ୍ରାୟ ବିଭିନ୍ନ ଗାଁରେ ପ୍ରାକ୍‌ ମୌସମୀ ବର୍ଷା ହୋଇଛି। ପୂର୍ବରୁ କଳାବୈଶାଖୀରେ ଏକାଧିକ ଥର ବର୍ଷା ହୋଇଥିବା ବେଳେ ଝଡ଼, ତୋଫାନ, ବିଜୁଳି ଘଡ଼ଘଡ଼ି ଲୋକଙ୍କୁ କଲବଲ କରୁଥିଲା। ବର୍ଷା କମ କ୍ଷତି ଗ୍ରସ୍ତ ହେଉଥିଲେ ଲୋକେ।

ହେଲେ ଏହି ବର୍ଷା ଥିଲା ମୌସମୀର ଆଗମନ, ନା ଥିଲା ବିଜୁଳି, କି ଘଡ଼ଘଡ଼ି ନା ପବନ, କେବଳ ବର୍ଷା ହିଁ ବର୍ଷା। ଫଳରେ ଅଞ୍ଚଳରେ ଟିକିଏ ଥଣ୍ଡା ପଡ଼ିବା ସହ ଗୁଳୁଗୁଳି କମିଛି। ବର୍ଷା ବଡ଼ ଧରଣର ହୋଇ ନ ଥିଲେ ସୁଦ୍ଧା ମାଟି ଭଜିଛି। ବର୍ଷା ପନିପରିବା, ହଳଦୀ ଚାଷୀଙ୍କୁ ଅନେକ ଫାଇଦା ଯୋଗାଇବ। ସେହିପରି ଧାନ ତଳି ମଧ୍ୟ ଭଲ ହେବ ବୋଲି କୁହାଯାଇଛି । ବର୍ତ୍ତମାନ ସୁଦ୍ଧା ବର୍ଷା ଝିପି ଝିପି ଲାଗି ରହିଛି।

Share