Categories: ଜାତୀୟ

କଂଗ୍ରେସରେ ଝଡ଼ ପୂର୍ବର ନୀରବତା !

ନୂଆଦିଲ୍ଲୀ, ୨୫।୮: କଂଗ୍ରେସରେ ଲାଗି ରହିଥିବା ନେତୃତ୍ୱ ସଙ୍କଟ ଏବେ ପଦାରେ ପଡ଼ିଛି। କପିଲ ସିବଲ୍‌ ଏବଂ ଗୁଲାମ ନବି ଆଜାଦ୍‌ଙ୍କ ଉପରେ ଆସିଥିବା ଅଭିଯୋଗ କିଛି ଘଣ୍ଟା ଧରି ବେଶ୍‌ ଚର୍ଚ୍ଚାରେ ରହିଥିଲା। ପରେ ଉଭୟ ନେତା ନିଜର ଆଭିମୁଖ୍ୟରେ ପରିବର୍ତ୍ତନ ଆଣି କଂଗ୍ରେସ ଶିବିରରେ ସବୁ ଠିକ୍‌ ଥିବା ସୂଚନା ଦେଇଛନ୍ତି। ତେବେ ଏବେ ଦଳରେ ସମ୍ପୂର୍ଣ୍ଣ ନୀରବତା ରହିଛି। ଏହା ଝଡ଼ ପୂର୍ବର ନୀରବତା ବୋଲି ରାଜନୈତିକସ୍ତରରେ ଆଲୋଚନା ହେଉଛି। ଦଳରୁ ନିଲମ୍ବିତ ହୋଇଥିବା ନେତା ସଞ୍ଜୟ ଝା ଏହା ଅନ୍ତ ସମୟର ଆରମ୍ଭ ବୋଲି କହିଛନ୍ତି। କପିଲ ଏବଂ ଆଜାଦ୍‌ ବାହାରକୁ ଶାନ୍ତ ଦେଖାଯାଉଥିବାବେଳେ ରାହୁଲ ଗାନ୍ଧୀଙ୍କ ମନ୍ତବ୍ୟ ଯେ ସେମାନଙ୍କୁ ଗଭୀର ଆଘାତ ଦେଇଛି ତାହା ଜଣାପଡୁଛି। ଆଗାମୀ ଦିନରେ ଦଳରେ ଝଡ଼ ଆସିବାର ଆଶଙ୍କା ନେଇ ଚର୍ଚ୍ଚା ହେଉଛି। ଦଳରେ ଅସନ୍ତୁଷ୍ଟଙ୍କ ସଂଖ୍ୟା ଇତିମଧ୍ୟରେ ବୃଦ୍ଧି ପାଉଥିବା କୁହାଯାଉଛି।

Share