Categories: ଫୁରସତ

୧୧୫ ଦିନର ଚିକିତ୍ସା ପରେ ଘରକୁ ଫେରିଲେ ୭୦୪ ଗ୍ରାମ୍‌ର ଶିଶୁ

ନୂଆଦିଲ୍ଳୀ,୮।୪: ରାଜଧାନୀ ଦିଲ୍ଳୀର ବସନ୍ତକୁଞ୍ଚ ଅଞ୍ଚଳରେ ଥିବା ଫରଟିସ୍‌ ହସ୍ପିଟାଲରେ ଜଣେ ମହିଳା ପ୍ରି-ମାଚ୍ୟୁୟର ଯମଜ ସନ୍ତାଙ୍କୁ ଜନ୍ମ ଦେଇଥିଲେ। ଜନ୍ମ ହେବାର କିଛି ସମୟ ମଧ୍ୟରେ ଜଣଙ୍କର ମୃତ୍ୟୁ ଘଟିଥିଲା। ହେଲେ ଜୀବିତ ଶିଶରୁ ଓଜନ ମାତ୍ର ୭୦୪ ଗ୍ରାମ ଥିବାବେଳେ ହୃତ୍‌ପିଣ୍ଡ ସାଙ୍ଗକୁ ମସ୍ତିସ୍କ ଜନିତ ସମସ୍ୟା ଦେଖାଦେଇଥିଲା। ଏକ ଡାକ୍ତରୀ ଟିମ୍‌ ଶିଶୁର ଚିକିତ୍ସା ଆରମ୍ଭ କରିଥିଲେ। ୧୧୫ ଦିନର ଚିକିତ୍ସା ପରେ ବର୍ତ୍ତମାନ ଶିଶୁଟି ଘରକୁ ଫେରିଛି।

ଗର୍ଭଧାରଣର ୬ ମାସ ପରେ ମହିଳା ପ୍ରସବ କରିଥିବା ବେଳେ ଏପରିସ୍ଥିତିରେ ଶିଶୁ ବଞ୍ଚିବାର ୫୦ପ୍ରତିଶତ ସୁଯୋଗ ଥିବା ଡା. ରାହୁଲ ନାଗପାଲ କହିଛନ୍ତି। ଏକ ସ୍ବତନ୍ତ୍ର ଡାକ୍ତରୀ ଟିମ୍‌ ଶିଶୁର ଚିକିତ୍ସା କରୁଥିବା ବେଳେ ଘରକୁ ଫେରିଲା ବେଳେ ଶିଶୁର ଓଜନ ବୃଦ୍ଧି ପାଇ ୧.୮ କେଜିରେ ପହଞ୍ଚିଛି।

Share