ରାଜଧାନୀର ସମସ୍ତ ସରକାରୀ କରୋନା ଭ୍ୟାକ୍ସିନ ସେଣ୍ଟରରେ ମାଗଣାରେ ମିଳିବ ପ୍ରିକଶନାରୀ ଡୋଜ

ନୂଆଦିଲ୍ଲୀ,୨୨ ।୪: ରାଜଧାନୀ ଦିଲ୍ଲୀର ସମସ୍ତ ସରକାରୀ କରୋନା ଭ୍ୟାକ୍ସିନ ସେଣ୍ଟରରେ ୧୮-୫୯ ବର୍ଷ ବୟସର ସମସ୍ତ ଲାଭାର୍ଥୀଙ୍କୁ ମାଗଣାରେ ପ୍ରିକଶନାରୀ ଡୋଜ ମିଳିବ । ଏ ନେଇ ଅରବିନ୍ଦ କେଜରିୱାଲଙ୍କ ସରକାର ନିର୍ଦ୍ଦେଶ ଜାରି କରିଦେଇଛନ୍ତି । ଏହି ନିର୍ଦ୍ଦେଶ ମୁତାବକ ଏହି ସୁବିଧା ୨୧ ଏପ୍ରିଲ ଅର୍ଥାତ୍ ଗୁରୁବାରଠାରୁ ଆରମ୍ଭ କରାଯାଇଛି ।
ଦିଲ୍ଲୀ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ନିର୍ଦ୍ଦେଶ ମୁତାବିକ, କୋୱିନ-ଆପରେ ଦିଲ୍ଲୀରେ ଜରୁରୀ ପରିବର୍ତ୍ତନ କରାଯାଇଛି । ପ୍ରିକଶନାରୀ ଡୋଜ ନେବାପାଇଁ ଅନ ଲାଇନ ଓ ୱାକ ଇନ୍ ସୁବିଧା ରହିଛି । ପ୍ରିକଶନାରୀ ଡୋଜରେ ସେହି ଭ୍ୟାକ୍ସିନ ଦିଆଯିବ ଯାହା ପ୍ରଥମ ଓ ଦ୍ୱିତୀୟ ଡୋଜରେ ଦିଆଯାଇଥିଲା । ଅର୍ଥାତ୍ ଯଦି ଜଣେ ବ୍ୟକ୍ତି ଦୁଇଟି ଯାକ ଡୋଜ କୋଭାକ୍ସିନ ନେଇଛନ୍ତି ତେବେ ପ୍ରିକଶନାରୀ ଡୋଜ ବି କୋଭାକ୍ସିନ ନେବେ ।

Share