ବଡ଼ବଡ଼ିଆଙ୍କୁ ଫସାଇବାକୁ ଓଡ଼ିଶା ଆସିଥିଲେ ପ୍ରୀତି

ଭୁବନେଶ୍ୱର,୧୪ା୧୧(ବ୍ୟୁରୋ): ବହୁଚର୍ଚ୍ଚିତ ବ୍ଲାକ୍‌ମେଲର ଅର୍ଚ୍ଚନା ନାଗଙ୍କ କଳାକାର୍‌ନାମାକୁ ନେଇ ଚାରିଆଡ଼େ ଏବେ ଚର୍ଚ୍ଚା ଲାଗିରହିଛି। ଏପରିସ୍ଥିତିରେ ଓଡ଼ିଶା ଆସି ମାୟାଜାଲରେ ଫସାଇ ସମ୍ପତ୍ତି ଲୁଟ୍‌ କରିବାକୁ ଯୋଜନା କରୁଥିବା ପ୍ରୀତି ଦେଶାଇ ନାମ୍ନୀ ଜଣେ ରହସ୍ୟମୟୀ ଅଣଓଡ଼ିଆ ମହିଳାଙ୍କୁ ରାଜସ୍ଥାନର କୋତଓ୍ବାଲି ଥାନା ପୋଲିସ ଭୁବନେଶ୍ୱରରୁ ଗିରଫ କରିବା ଘଟଣା ଆହୁରି ଚର୍ଚ୍ଚା ସୃଷ୍ଟି କରିଛି। ପ୍ରୀତିଙ୍କ ଘର କର୍ନାଟକ ବେଲଗାଭି ଜିଲା ତିଲକୱାଡ଼ି ଥାନା ଅଞ୍ଚଳରେ। ତେବେ କର୍ନାଟକରେ ଏକାଧିକ ମହିଳା ଏହି ବ୍ଲାକ୍‌ମେଲିଂ ଗ୍ୟାଙ୍ଗରେ ଥିବା ରାଜସ୍ଥାନ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ତେଣୁ ପ୍ରୀତି ଏଠାରେ ବହୁ ବଡ଼ବଡ଼ିଆଙ୍କୁ ଫସାଇବାକୁ ଆସିଥିବା ସ୍ପଷ୍ଟ ହୋଇଛି। ଏଠାରେ ତାଙ୍କର କେତେଜଣ ସହଯୋଗୀ ଥିବା ରାଜସ୍ଥାନ ପୋଲିସ ସୂଚନା ଦେଇଥିବାରୁ କମିଶନରେଟ ପୋଲିସ ଏହାର ଖୋଳତାଡ଼ କଲେ ଆହୁରି ବହୁ ତଥ୍ୟ ପଦାକୁ ଆସିବ।
ସୂଚନା ଅନୁଯାୟୀ, ରାଜସ୍ଥାନର ଭରତପୁର ଜିଲା କୋତୱାଲି ଥାନା ଅନ୍ତର୍ଗତ ରଞ୍ଜିତନଗରରେ ଏକ ବୃଦ୍ଧାଶ୍ରମ ଚଳାଉଥିବା ବରିଷ୍ଠ ନାଗରିକ ଅନିଲ କୁମାର ଗୋଏଲଙ୍କ ନିକଟକୁ ୨୦୨୦ କରୋନା ସମୟରେ ପ୍ରୀତି ଯାଇଥିଲେ। ସେ ନିଜକୁ ଗରିବ କହି ଉକ୍ତ ବୃଦ୍ଧାଶ୍ରମରେ ରହିଥିଲେ। ଏହାପରେ ନାନା ଭୟ ଦେଖାଇ ୩୦ ଲକ୍ଷ ଟଙ୍କା ଦାବି କରିବା ସହ ଉକ୍ତ ବୃଦ୍ଧାଶ୍ରମକୁ ନିଜ ନାଁରେ କରିବାକୁ ସେ ବାଧ୍ୟ କରିଥିଲେ। ଏନେଇ ମାଲିକ ଅନିଲ ଅରାଜି ହେବାରୁ ପ୍ରୀତି ତାଙ୍କ ନାମରେ ଉଦ୍ୟୋଗ ନଗର ଥାନାରେ ଏକ ବଳାତ୍କାର ମାମଲା (ନଂ.୨୧୭/୨୦୨୨) ରୁଜୁ କରିଥିଲେ। ପରବର୍ତ୍ତୀ ସମୟରେ ଏହି ମାମଲା ମିଛ ବୋଲି ପ୍ରମାଣିତ ହୋଇଥିଲା। ହେଲେ ପରେ ସେ ଅନିଲଙ୍କ ଝିଅଙ୍କୁ ଅଶ୍ଳୀଳ ଫଟୋ ଓ ମେସେଜ୍‌ ପଠାଇଥିଲେ। ଏନେଇ ଅନିଲଙ୍କ ଝିଅଙ୍କ ଅଭିଯୋଗକ୍ରମେ ପୋଲିସ ଆଉଏକ ମାମଲା (ନଂ.୨୭୭/୨୦୨୧) ରୁଜୁ କରି ତଦନ୍ତ କରିଥିଲା। ତେବେ ତଦନ୍ତ ସମୟରେ ପ୍ରୀତିଙ୍କ ଏକାଧିକ ଗୁମର କଥା ପୋଲିସ ଜାଣିବାକୁ ପାଇଥିଲା। ଦୁଇଜଣ ବ୍ୟକ୍ତିଙ୍କୁ ପ୍ରୀତି ପ୍ରେମ ଜାଲରେ ଫସାଇ ବ୍ଲାକ୍‌ମେଲ କରିଥିବା ବେଳେ ଜଣେ ତାଙ୍କ ନିର୍ଯାତନା ସହି ନ ପାରି ଆତ୍ମହତ୍ୟା କରିଥିଲେ। ତେବେ ଏହି ଘଟଣାରେ ତାଙ୍କ ନାମରେ ୨ଟି ମାମଲା ଥିବା ଜଣାପଡ଼ିଥିଲା। ସ୍ଥାନୀୟ ପୋଲିସ ପ୍ରୀତିଙ୍କୁ ଗିରଫ କରିବା ପରେ ଜେଲ ପଠାଇଥିଲା। ହେଲେ ମାସେ ପରେ ସେ ବେଲ୍‌ରେ ଆସିଥିଲେ। ମାମଲାର ଶୁଣାଣି ସମୟରେ ସେ କୋର୍ଟରେ ହାଜର ନ ହେବାରୁ ସ୍ଥାନୀୟ କୋର୍ଟ ପ୍ରୀତିଙ୍କ ନାମରେ ଜାମିନ ବିହୀନ ଗିରଫ ପରଓ୍ବାନା ଜାରି କରିଥିଲେ।
ଉଲ୍ଲେଖଯୋଗ୍ୟ, କିଛିମାସ ତଳେ ପ୍ରୀତି ଭୁବନେଶ୍ୱର ଆସି ଚନ୍ଦ୍ରଶେଖରପୁର ଅଞ୍ଚଳରେ ଥିବା ଏକ ଆପାର୍ଟମେଣ୍ଟରେ ୩ ଯୁବତୀଙ୍କ ସହ ରହୁଥିଲେ। ଶନିବାର ସେ ପରିବା କିଣିବାକୁ ବାହାରକୁ ଆସିବାବେଳେ ରାଜସ୍ଥାନ ପୋଲିସ ଟିମ୍‌ ତାଙ୍କୁ କାବୁ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କଂଗ୍ରେସ ଆନ୍ଦୋଳନ ସମୟରେ ପୋଲିସ କର୍ମଚାରୀଙ୍କ ଉପରେ ଆକ୍ରମଣ ଘଟଣା: ଜଣେ ଗିରଫ 

ଭୁବନେଶ୍ୱର,୨୯।୩: କଂଗ୍ରେସର ‘ବିଧାନସଭା ଘେରାଓ’ କାର୍ଯ୍ୟକ୍ରମ ସମୟରେ ପୋଲିସ କର୍ମଚାରୀଙ୍କ ଉପରେ ଆକ୍ରମଣ ଘଟଣାରେ ଜଣେ ୨୯ ବର୍ଷୀୟ ଯୁବକଙ୍କୁ ଗିରଫ କରାଯାଇଛି।ସେ ହେଲେ ଭୁବନେଶ୍ୱର...

ଜଣାପଡିଲା ସୁଜାତାଙ୍କ VRS ପଛର କାରଣ! କହିଦେଲେ ବିଜେଡି ନେତା

ଭୁବନେଶ୍ୱର,୨୯।୩: IAS ସୁଜାତା କାର୍ତ୍ତିକେୟନଙ୍କ ସ୍ବେଚ୍ଛାକୃତ ଅବସରକୁ ନେଇ ରାଜନୀତିରେ ଚର୍ଚ୍ଚା ଜୋର ଧରିଛି। ୨୦୦୦ ବ୍ୟାଚର ଏହି ଆଇଏଏସ ଅଧିକାରୀ କେନ୍ଦ୍ର ସରକାରଙ୍କ ଅନୁମୋଦନ...

ପଶ୍ଚିମ ଓଡ଼ିଶାରେ ଅସମ୍ଭାଳ ତାତି: ସମ୍ବଲପୁର ସବୁଠୁ ଉତ୍ତପ୍ତ

ଭୁବନେଶ୍ୱର,୨୮ା୩: ରାଜ୍ୟରେ ଜାରି ରହିଛି ହିଟଓ୍ବେଭ। ଦୁଇ ଦିନ ହେଲା ତାପମାତ୍ରା ୪୨ ଡିଗ୍ରୀ ଉପରେ ରହୁଛି। ଏଭଳିସ୍ଥିତିରେ ଅସମ୍ଭାଳ ତାତିରେ ସିିଝୁଛି ପଶ୍ଚିମ ଓଡ଼ିଶା।...

ବାଲିଗୁଡ଼ା ବସଷ୍ଟାଣ୍ଡରେ ଦୋକାନ କରି ବିକୁଥିଲେ ବିଦେଶୀ ମଦ ସହ ଗଞ୍ଜେଇ, ବେପାରୀ ଗିରଫ

ବାଲିଗୁଡା,୨୯।୩(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ସ୍ଥିତ ବସଷ୍ଟାଣ୍ଡରେ ଦୋକାନ କରିଥିବା ବରଡ଼ ଭେରାଇଟ ଷ୍ଟୋରରେ ଚକଲେଟ, ବିସ୍କୁଟ, ମିକ୍ଚର ବିକ୍ରି ନାମରେ ଦୀର୍ଘଦିନ...

ବିଧାନସଭା ଆଗରେ ଧାରଣାଦେଉଥିବାବେଳେ ଅସୁସ୍ଥ ହୋଇପଡିଲେ କଂଗ୍ରେସ ନେତା, ହସ୍ପିଟାଲରେ ଭର୍ତ୍ତି

ଭୁବନେଶ୍ୱର,୨୯।୩: କଂଗ୍ରେସ ବିଧାୟକ ଦଳର ନେତା ରାମଚନ୍ଦ୍ର କାଡାମ ଏବଂ ଦଳୀୟ ବିଧାୟକ ଅଶୋକ ଦାସ ଶନିବାର ଦିନ ଓଡ଼ିଶା ବିଧାନସଭା ଆଗରେ ଧାରଣା ଦେଉଥିବା...

ମୃତ୍ୟୁରେ ସର୍ବାଙ୍ଗ ଶରୀର ଦାନ କରିବେ ମହିଳା ଚାଷୀ ରାମବାଇ , ଚୁକ୍ତିପତ୍ରରେ କଲେ ସ୍ବାକ୍ଷର

ବରଗଡ଼, ୨୯।୩(ପ୍ରେମାନନ୍ଦ ଖମାରୀ): ବରଗଡ ବ୍ଲକ ଅନ୍ତର୍ଗତ ଜମୁର୍ଡା ଗ୍ରାମର ଚର୍ଚ୍ଚିତ ମହିଳା ଚାଷୀ ରାମବାଇ ଦାସ ଏବେ ପୁଣି ଚର୍ଚ୍ଚାରେ । ମୃତ୍ୟୁ ପରେ...

ରାଜ୍ୟରେ ବଢୁଛି ସ୍ବାମୀ ପରିତ୍ୟକ୍ତାଙ୍କ ସଂଖ୍ୟା, ସାଂଘାତିକ ବୟାନ ଦେଲେ ପ୍ରଭାତୀ

ଭୁବନେଶ୍ୱର,୨୯।୩: ରାଜ୍ୟରେ ବଢୁଛି ଅସହାୟ, ସ୍ବାମୀ ପରିତ୍ୟକ୍ତାଙ୍କ ସଂଖ୍ୟା । ଏନେଇ ଗୃହରେ ଉତ୍ତର ରଖିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଚଳିତ ବର୍ଷ ୧୧,୫୯୮...

ବଡ଼ ଖବର: ନଡ୍ଡା କରିବେ ସଭାପତି ଘୋଷଣା

ଭୁବନେଶ୍ୱର,୨୯।୩: ଓଡ଼ିଶା ଗସ୍ତରେ ଆସୁଛନ୍ତି ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଏପ୍ରିଲ ୧୨ରେ ଓଡ଼ିଶା ଆସୁଛନ୍ତି ନଡ୍ଡା । ନଡ୍ଡାଙ୍କ ଗସ୍ତ ସମ୍ପର୍କରେ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image