Categories: ଜାତୀୟ

ୟୁପିଏସସିର ନୂଆ ଚେୟାରମ୍ୟାନ ହେଲେ ପ୍ରୀତି ସୁଦାନ

ନୂଆଦିଲ୍ଲୀ,୩୧।୭: ୟୁନିୟନ ପବ୍ଲିକ ସର୍ଭିସ କମିଶନ (ୟୁପିଏସସି) ଏହାର ନୂତନ ଅଧ୍ୟକ୍ଷଙ୍କ ନାମ ଘୋଷଣା କରିଛି। ୧୯୮୩ ବ୍ୟାଚ ଆଇଏଏସ ପ୍ରୀତି ସୁଦାନ UPSAC ର ନୂତନ ସଭାପତି ଭାବରେ ନିର୍ବାଚିତ ହୋଇଛନ୍ତି । ସେ ଅଗଷ୍ଟ ୧ ରୁ ଦାୟିତ୍ୱ ଗ୍ରହଣ କରିବେ। ସୂଚନାଯୋଗ୍ୟ, ପୂର୍ବତନ ୟୁପିଏସସି ଅଧ୍ୟକ୍ଷ ମନୋଜ ସୋନିଙ୍କ ଇସ୍ତଫା ପରେ ଏହି ପଦବୀ ଖାଲି ପଡିଛି।

Share