ପ୍ରେଗ୍ନେସି ସମୟର କଷ୍ଟ ବଖାଣିଲେ ବିପାଶା

ମୁମ୍ବାଇ: ଗର୍ଭାବସ୍ଥାର ପ୍ରଥମ କିଛି ମାସ ଅନେକଙ୍କ ପାଇଁ ବହୁତ କଠିନ ଥାଏ । ଏହି ଲିଷ୍ଟରେ କେବଳ ସାଧାରଣ ମହିଳା ନୁହେଁ ସେଲିବ୍ରିଟି ବିପାଶା ବସୁ ବି ସାମିଲ ହୋଇଛନ୍ତି । ତାଙ୍କ ସହ ବି ଏମିତି କିଛି ହୋଇଥିବା ନିକଟରେ ସେ ଏକ ମାଗାଜିନକୁ ଦେଇଥିବା ଇଣ୍ଟରଭ୍ୟୁରେ କହିଛନ୍ତି । ଗର୍ଭାବସ୍ଥାରେ ସେ କ’ଣ କ’ଣ ଅନୁଭବ କରିଛନ୍ତି ତାହା ଖୋଲା ଖୋଲି କଥା ହୋଇଛନ୍ତି ବିପାଶା । ସେ କହିଛନ୍ତି ବହୁ କଷ୍ଟରେ ମୁଁ କିଛି ଖାଇ ପିଇ ପାରୁଥିଲି । ମୋର ଓଜନ ବହୁତ କମି ଯାଇଥିଲା । ହୁଏତ ବେବିକୁ ମିଠା ପସନ୍ଦ ନୁହେଁ ସେଥିପାଇଁ ମିଠାକୁ ମୁଁ ଭଲପାଉଥିଲେ ବି ଏବେ ମିଠା ଦେଖି ପାରୁ ନ ଥିଲି ଖାଇବା କଥା ତ ଦୂରରେ ।
ସୂଚନାଯୋଗ୍ୟ, ଖୁବଶୀଘ୍ର ବିପାଶ ଓ ତାଙ୍କ ସ୍ୱାମୀ କରଣ ସିଂ ଗ୍ରୋଭର ପ୍ୟାରେଣ୍ଟସ ହେବାକୁ ଯାଉଛନ୍ତି । ଇନଷ୍ଟାଗ୍ରାମରେ ପୋଷ୍ଟ ଶେୟାର କରି ସେ ଏହି ଖୁସି ଖବର ସମସ୍ତଙ୍କୁ ଦେଇଥିଲେ । ‘ହାରପର୍ସ ବାଜାର’କୁ ଦେଇଥିବା ଇଣ୍ଟରଭ୍ୟୁରେ ସେ କହିଛନ୍ତି ମୋ ସାମ୍ନାରେ ଯାହା ଆସିଲା ତାହା ପାଇଁ ପୂର୍ବ ପ୍ରସ୍ତୁତି କିଛି କାମ ଦେଲାନାହିଁ । ମୋ ଗର୍ଭାବସ୍ଥାର କିଛିମାସ ବହୁତ କଠିନ ଥିଲା । ଅନ୍ୟମାନେ ମଣ୍ଣିଂ ସିକ୍‌ନେସ କଥା କୁହନ୍ତି ହେଲେ ମୁଁ ପୁରାଦିନ ରୋଗିଣା ରହୁଥିଲି । ସବୁବେଳେ ଶୋଇ ରହୁଥିଲି । କିଛିମାସ ପରେ ଏହା ଧୀରେ ଧୀରେ ଠିକ ହୋଇଥିଲା ।
ଖାଦ୍ୟ ପ୍ରତି ଥିବା ଆଗ୍ରହକୁ ନେଇ ବିପାଶା କହିଥିଲେ ମୋର ସେମିତି କିଛି ଖାଦ୍ୟ ପ୍ରତି ଆଗ୍ରହ ନ ଥିଲା । ହଁ ବେଳେ ବେଳେ ନମକିନ ଖାଇବାକୁ ଇଚ୍ଛା ହେଉଥିଲା । କିନ୍ତୁ ପ୍ରକୃତରେ ମୋତେ ମିଠା ପସନ୍ଦ । କିନ୍ତୁ ବେବିକୁ ବୋଧହୁଏ ମିଠା ପସନ୍ଦ ନୁହେଁ ସେଥିପାଇଁ ଗର୍ଭାବସ୍ଥାରେ ମୋତେ ମିଠା ଆଦୌ ଭଲ ଲାଗୁନି ।

Share