ମୁମ୍ବାଇରେ ନିଜ ପିତାଙ୍କ ସହ ନଜର ଆସିଲେ ଅନୁଷ୍କା

ମୁମ୍ବାଇ,୧୮।୧୨-ମୁମ୍ବାଇରେ ଗୁରୁବାର ନିଜ ପିତାଙ୍କ ସହ ନଜର ଆସିଛନ୍ତି ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା। ଅନୁଷ୍କା ଏକ ଧଳା ରଙ୍ଗର ଡ୍ରେସ ପିନ୍ଧିଥିବା ବେଳେ ଏହା ଉପରେ ଏକ ଡେନିମ ଜ୍ୟାକେଟ ପିନ୍ଧିଥିବା ଦେଖାଯାଇଛି। ସୋସିଆଲ ମିଡିଆରେ ଏହି ଭିଡିଓ ବେଶ ଭାଇରାଲ ହେବାରେ ଲାଗିଛି।
ପ୍ରକାଶଯୋଗ୍ୟ, ଅନୁଷ୍କା ବର୍ତ୍ତମାନ ଗର୍ଭବତୀ ଅଛନ୍ତି। ଅନୁଷ୍କା ଓ ବିରାଟଙ୍କର ଏହା ହେଉଛି ପ୍ରଥମ ସନ୍ତାନ। ନିକଟରେ ଦୁବାଇରୁ ସ୍ବାମୀ ବିରାଟଙ୍କ ସହ ଅନୁଷ୍କା ମୁମ୍ବାଇ ଫେରିଛନ୍ତି। ଦୁବାଇରେ ଥିବା ସମୟରେ ବି ଅନୁଷ୍କା ନିଜର ଫଟୋ ସେୟାର କରୁଥିବା ଦେଖାଦେଇଥିଲା ।

Share