କବିସୂର୍ଯ୍ୟନଗର,୧୬ା୨(ଡି.ଏନ୍.ଏ.): ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ବଡଆଗୁଳ ରାସ୍ତାରେ ଗୁରୁବାର ଏକ ଗାଡ଼ି ଧକାରେ ଏକ ଗର୍ଭବତୀ ହରିଣର ମୃତ୍ୟୁ ଘଟିଛି। ହରିଣଟି ରାସ୍ତା ପାର ହେଉଥିବା ବେଳେ ଗାଡି ଧକ୍କା ଦେଇଫଳରେ ହରିଣର ପେଟ ଫାଟି ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ତେବେ ଦୁର୍ଘଟଣା ଫଳରେ ହରିଣର ପେଟରେ ଥିବା ଛୁଆଟି ବାହାରକୁ ଛିଟିକି ପଡ଼ିଥିଲା। ସ୍ଥାନୀୟ ଲୋକେ ହରିଣ ଛୁଆକୁ ଉଦ୍ଧାର କରି ବନ ବିଭାଗକୁ ଖବର ଦେଇଥିଲେ। ବନ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ନବଜାତ ହରିଣ ଶାବକକୁ ପ୍ରାଣୀ ଚିକିତ୍ସାଳୟରେ ଭର୍ତ୍ତି କରିବା ସହିତ ମା’ ହରିଣକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ସୂଚନା ମିଳିଛି।