କୁଲଡିଆ ରେଞ୍ଜରୁ ଆସିଲା ଦୁଃଖଦ ଘଟଣା: ଟ୍ରେଞ୍ଜ ଗାତରେ ପଡ଼ି ଗର୍ଭବତୀ ହାତୀର ମୃତ୍ୟୁ

ବାଲେଶ୍ୱର,୨୮।୫: ବାଲେଶ୍ୱର ଜିଲା କୁଲଡିଆ ରେଞ୍ଜ ଅସନଘାଟି ଜଙ୍ଗଲରୁ ମଙ୍ଗଳବାର ଏକ ଦୁଃଖଦ ଖବର ସାମ୍‌ନାକୁ ଆସିଛି। ଖୋଲାଯାଇଥିବା ଏକ ଟ୍ରେଞ୍ଜ ଗାତରେ ପଡିରେ ଏକ ଗର୍ଭବତୀ ହାତୀର ମୃତ୍ୟୁ ଘଟିଛି।

ମିଳିଥିବା ସୂଚନା ମୁତାବକ, ଏକ ମାଈ ହାତୀ ଖାଦ୍ୟ ଅନ୍ବେଷଣରେ ବୁଲୁଥିବା ବେଳେ ଟ୍ରେଞ୍ଜ ଗାତରେ ଖସି ପଡିଥିଲା। ଖବର ପାଇ ବନ ବିଭାଗ କର୍ମଚାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା। ହାତୀକୁ ଗାତରୁ ଉଦ୍ଧାର କରିବା ପାଇଁ ଜେସିବି ମେଶିନର ସାହାର୍ଯ୍ୟ ନିଆଯାଇଥିଲା। ୪ ଘଣ୍ଟା ଧରି ଏହି ଅପରେସନ ଚାଲିଥିଲା। ତଥାପି ହାତୀର ଜୀବନ ବଞ୍ଚାଇବାରେ ବନ କର୍ମଚାରୀ ବିଫଳ ହୋଇଥିଲେ। ହାତୀର ବୟସ ୧୦ ବର୍ଷରୁ ଅଧିକ ହୋଇଥିବା ବେଳେ ହାତୀ ଗର୍ଭବତୀ ଥିବା ଜଣାପଡିଛି। ଅନ୍ୟପକ୍ଷେ ହାତୀ ମୃତ୍ୟୁର ତଦନ୍ତ କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

Share