ଫଟୋଶୁଟକୁ ନେଇ ଚର୍ଚ୍ଚାରେ କାଜଲ

ମୁମ୍ବାଇ: ନାୟିକା କାଜଲ ଅଗ୍ରୱାଲ ଏବେ ଗର୍ଭବତୀ । ଏହି ଖବର ସେ କିଛିଦିନ ପୂର୍ବରୁ ତାଙ୍କ ପ୍ରଶଂସକଙ୍କ ସହ ଶେୟାର କରିଥିଲେ । ସେ ତାଙ୍କ ପ୍ରେଗ୍ନେସିକୁ ଖୁବ୍ ଏନଜୟ କରୁଥିବା ମଝିରେ ମଝିରେ ସୋସିଆଲ ମିଡିଆ ମାଧ୍ୟମରେ ଦର୍ଶାଇ ଥାଆନ୍ତି । ଏବେ ସେ ଏମିତି ଏକ ଫଟୋ ଶେୟାର କରିଛନ୍ତି ଯେଉଁଥିରେ ଖୁବ୍ ସୁନ୍ଦର ଲାଗୁଛନ୍ତି ନାୟିକା । ତାଙ୍କର ଲାଟେଷ୍ଟ ଫଟୋଶୁଟକୁ ସେ ସେସିଆଲ ମିଡିଆରେ ଶେୟାର କରିଛନ୍ତି । ଭିନ୍ନ ଢଙ୍ଗରେ ସେ ଏହି ଫଟୋ ଶୁଟ୍ କରିଛନ୍ତି । ଫଟୋରେ କାଜଲ ହ୍ୱାଇଟ କଲର ଡ୍ରେସ୍ ସାଙ୍ଗକୁ ହାତରେ ଏକ ବହି ଧରିଛନ୍ତି । ତା’ସହ ପିଙ୍କ କଲର ହାଇ ଡିଲ୍ସ ପିନ୍ଧି ଖୁବ୍ ସୁନ୍ଦର ଲାଗୁଛନ୍ତି ଏହି ଅଭିନେତ୍ରୀ । କାଜଲଙ୍କ ଫଟୋରେ ତାଙ୍କ ପ୍ରଶଂସକ କମେଣ୍ଟ ବି କରୁଛନ୍ତି । କିଏ କହିଛି ଖୁବ୍ ସନ୍ଦର ତ ପୁଣି କିଏ ଲେଖିଛି କାଜୁ । କିଛିଦିନ ପୂର୍ବରୁ କାଜଲ ତାଙ୍କ ଗୋଧଭରାଇର ଫଟୋ ବି ସୋସିଆଲ ମିଡିଆରେ ଶେୟାର କରିଥିଲେ ।

Share