ଦୋଳାରେ ବୁହା ହୋଇ ଗର୍ଭବତୀ ଗଲେ ହସ୍ପିଟାଲ୍‌

ପାତ୍ରପୁର,୧୨ା୧୦(ଡି.ଏନ.ଏ.): ପାତ୍ରପୁର ବ୍ଲକ ଆଦିବାସୀ ଅଧ୍ୟୁଷିତ ଆଙ୍କୁଲି ପଞ୍ଚାୟତ ସାନଗାଁର ଜଣେ ଗର୍ଭବତୀଙ୍କୁ ମଙ୍ଗଳବାର ଦୋଳାରେ ଡାକ୍ତରଖାନା ନିଆଯାଇଛି। ସାନଗାଁ ଗ୍ରାମର କୃଷ୍ଣଚନ୍ଦ୍ର ଦଳେଇଙ୍କ ସ୍ତ୍ରୀ ହୀରା ଦଳେଇଙ୍କୁ ଅପରାହ୍ନରେ ଗର୍ଭ ବେଦନା ହୋଇଥିଲା। କିନ୍ତୁ ଯାତାୟାତ ସମସ୍ୟା ଥିବାରୁ ଗ୍ରାମଠାରୁ ପ୍ରାୟ ୩ କିଲୋମିଟର ବାଣିଆଖାଲ ପର୍ଯ୍ୟନ୍ତ ଜଙ୍ଗଲ ଘାଟି ରାସ୍ତାରେ ଗର୍ଭବତୀଙ୍କୁ ଦୋଳାରେ ଗ୍ରାମର ୨ ଯୁବକ ବୋହି ଆଣିଥିଲେ। ସେଠାରୁ ଏକ ଅଟୋ ଯୋଗେ ତାଙ୍କୁ ଜରଡ଼ା ଡାକ୍ତର ଖାନାକୁ ନିଆଯାଇଥିଲା। ସେଠାରେ ସେ ଏକ ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି।

Share