ମାଲାୟାଲମ ଇଣ୍ଡଷ୍ଟ୍ରିର ଜଣାଶୁଣା ଟିଭି ଅଭିନେତ୍ରୀ ଡା. ପ୍ରିୟାଙ୍କ ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୩୫ ବର୍ଷ ବୟସ ହୋଇଥିଲା। ହାର୍ଟଆଟାକ୍ ଯୋଗୁ ତାଙ୍କର ମୃତ୍ୟୁ ହୋଇଥିଲା। ପ୍ରିୟା ଆଠ ମାସର ଗର୍ଭବତୀ ଥିଲେ। ଏଭଳି ପରିସ୍ଥିତିରେ ତାଙ୍କ ପରିବାର ଏହି ସମୟରେ ଚକିତ ହୋଇଯାଇଛନ୍ତି। ଅଭିନେତା କିଶୋର ଏହି ସୂଚନା ଦେଇଛନ୍ତି।
ସେ ସୋସିଆଲ ମିଡିଆରେ ପ୍ରିୟଙ୍କାଙ୍କ ଫଟୋ ଶେୟାର କରି ଅଭିନେତ୍ରୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସେ ଲେଖିଛନ୍ତି, ମାଲାୟାଲମ ଟିଭି ଇଣ୍ଡଷ୍ଟ୍ରିରୁ ଏକ ଅତ୍ୟନ୍ତ ଦୁଃଖଦ ଖବର ଆସିଛି। ହାର୍ଟଆଟାକ୍ ଯୋଗୁ ଡା. ପ୍ରିୟାଙ୍କର ମୃତ୍ୟୁ ହୋଇଛି। ସେ ସଂପୂର୍ଣ୍ଣ ସୁସ୍ଥ ଥିଲେ ଏବଂ କୌଣସି ସ୍ବାସ୍ଥ୍ୟଗତ ସମସ୍ୟା ନ ଥିଲା। ନିୟମିତ ଯାଞ୍ଚ ପାଇଁ ସେ ଡାକ୍ତରଖାନା ଯାଇଥିଲେ, ସେତେବେଳେ ହାର୍ଟଆଟାକ୍ରେ ତାଙ୍କର ମୃତ୍ୟୁ ହୋଇଥିଲା। ବର୍ତ୍ତମାନ ତାଙ୍କ ଶିଶୁ ଆଇସିୟୁରେ ଅଛନ୍ତି।