ଝିଅକୁ ହତ୍ୟା ପରେ ଗର୍ଭବତୀ ମା’ଙ୍କ ଆତ୍ମହତ୍ୟା

ପୋଲସରା,୮ା୩ (ସୁବ୍ରତ ବେହେରା):ଗଞ୍ଜାମ ଜିଲା ପୋଲସରା ଥାନା ନିମିନା ପଞ୍ଚାୟତ ସାନବରଗାଁ ଗ୍ରାମ ବାଲିହତାରେ ଗୁରୁବାର ସାରେ ଗୋଟିଏ କୋଠରୀରୁ ମା’ ଝିଅଙ୍କ ମୃତଦେହ ଜବତ କରାଯାଇଛି। ମୃତକମାନେ ହେଲେ ମା’ ମାଣିକ ଗୌଡ଼ ଓ ୨ ବର୍ଷର ଝିଅ ଗେଲି। ସୂଚନା ଅନୁସାରେ, ଭିକାରୀ ଗୌଡ଼ ପ୍ରାୟ ୩ ବର୍ଷ ତଳେ ମାଣିକଙ୍କୁ ବିବାହ କରିଥିଲେ। ତାଙ୍କର ଦୁଇ ବର୍ଷର ଝିଅଟିଏ ଥିଲା ବେଳେ ମାଣିକ ପୁଣି ୬ ମାସର ଗର୍ଭବତୀ ଥିଲେ। ସବୁଦିନେ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ପାରିବାରିକ କଳହ ଲାଗିରହୁଥିଲା। ଗୁରୁବାର କୌଣସି କାରଣରୁ ଏହା ଉଗ୍ରରୂପ ନେଇଥିଲା। ଫଳରେ ଝିଅ ଗେଲିକୁ ମା’ ହତ୍ୟା କରି ନିଜେ ଆତ୍ମହତ୍ୟା କରିଥିଲେ। ମାଣିକଙ୍କ ବାପା ଘର ଲୋକେ ପହଞ୍ଚତ୍ ମା’ ଝିଅଙ୍କ ମୃତଦେହ ପଡ଼ିଥିବା ଦେଖିଥିଲେ। ମାଣିକଙ୍କ ମା’ ଏ ନେଇ ପୋଲସରା ଥାନାରେ ଅଭିଯୋଗ କରିଥିଲେ। ଥାନାଧିକାରୀ କୌଶିକ ମାଝୀ ଓ ଟିମ ତଦନ୍ତ ଆରମ୍ଭ କରିଛନ୍ତି। ଏହା ହତ୍ୟା ନା ଆତ୍ମହତ୍ୟା ତାହା ସ୍ପଷ୍ଟ ହୋଇନାହିଁ।