ପୁତ୍ର ସନ୍ତାନ ଲୋଭରେ ମୁଣ୍ଡରେ କଣ୍ଟା ବାଡ଼େଇଲେ ଗର୍ଭବତୀ

ପେଶାଓ୍ବର,୯।୨: ଧାର୍ମିକ ଗୁରୁଙ୍କ ପରାମର୍ଶ କ୍ରମେ ନିଶ୍ଚିତ ଶିଶୁପୁତ୍ର ଲାଭ କରିବା ପାଇଁ ଜଣେ ଗର୍ଭବତୀ ମହିଳା ନିଜ ମୁଣ୍ଡରେ କଣ୍ଟା ବାଡ଼େଇଛନ୍ତି। ଏଭଳି ଘଟଣା ସାମ୍ନାକୁ ଆସିଛି ପାକିସ୍ତାନର ପେଶାଓ୍ବରରୁ।

ଉକ୍ତ ଗର୍ଭବତୀ ମହିଳା ପେଶାଓ୍ବରର ଏକ ହସ୍ପିଟାଲକୁ ଆସିଥିଲେ। ପୀଡ଼ିତା ସମ୍ପୂର୍ଣ୍ଣ ରୂପେ ହୋସ୍‌ରେ ଥିଲେ। କିନ୍ତୁ ସେ ପ୍ରବଳ ଯନ୍ତ୍ରଣାରେ ଚିତ୍କାର କରୁଥିଲେ।
ଏକ୍ସ-ରେ ମହିଳାଙ୍କ କପାଳରେ ୫ ସେଣ୍ଟିମିଟର (ଦୁଇ ଇଞ୍ଚ) କଣ୍ଟା ପଶି ଥିବା ଦେଖିବାକୁ ପାଇଥିଲୁ। କିନ୍ତୁ ଏଥିଯୋଗୁ ତାଙ୍କ ବ୍ରେନରେ ଆଘାତ ଲାଗି ନ ଥିଲା। ହାର୍ମର କିମ୍ବା ତା’ ଭଳି କିଛି ଓଜନିଆ ଧାତୁରେ କଣ୍ଟାକୁ ମାଡ଼ କରାଯାଇଥିବା ଡାକ୍ତର ହାଇଦର ଖାନ କହିଛନ୍ତି।

ତିନି ଝିଅଙ୍କ ମା’ ପୁଣି ଥରେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିବା ସେ ସୂଚନା ଦେଇଛନ୍ତି। ଜଣେ ଧାର୍ମିକ ଗୁରୁଙ୍କ ପରାମର୍ଶକ୍ରମେ ମୁଣ୍ଡରେ ନିଜେ କଣ୍ଟା ବାଡେଇଥିବା ମହିଳା ଜଣଙ୍କ ହସ୍ପିଟାଲ ଷ୍ଟାଫଙ୍କୁ କହିଥିଲେ।

Share