Advertisement

ରିହାନାଙ୍କୁ ପ୍ରେମିକ ଦେଲେ ଧୋକା ! ବ୍ରେକ୍‌ଅପ୍‌ ନେଇ ବଢ଼ୁଛି ଚର୍ଚ୍ଚା…

ନୂଆଦିଲ୍ଲୀ: ପ୍ରେମିକଙ୍କଠାରୁ ଅଲଗା ହୋଇଛନ୍ତି ହଲିଉଡ୍‌ର ଲୋକପ୍ରିୟ ଗାୟିକା ରିହାନା। କିଛି ଏଭଳି ଚର୍ଚ୍ଚା ସୋସିଆଲ ମିଡିଆରେ ବଢ଼ିବାରେ ଲାଗିଛି। ଗାୟିକାଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇ ନ ଥିଲେ ହେଁ ପ୍ରଶଂସକମାନେ ଚିନ୍ତାରେ ପଡ଼ିଛନ୍ତି।

ରିହାନା ପ୍ରେମିକ ରକିଙ୍କ ସହ ବ୍ରେକ୍‌ଅପ୍‌ କରିଛନ୍ତି। ଟୁଇଟରରେ ଜଣେ ବ୍ୟବହାରକାରୀ ଏହା ସତ ବୋଲି ଦାବି କରିଛନ୍ତି। ଆମିନା ମୁଆଦି ନାମକ ଡିଜାଇନରଙ୍କ ଲାଗି ରକି ରିହାନାଙ୍କୁ ଧୋକା ଦେଇଛନ୍ତି। ଆମିନା ରିହାନାଙ୍କ ନିଜସ୍ବ ବ୍ରାଣ୍ଡ ଫେଣ୍ଟି ପାଇଁ କାମ କରନ୍ତି। ଏକଥା ଜଣାପଡ଼ିବା ପରେ ରିହାନା ଭାଙ୍ଗିପଡ଼ିିଛନ୍ତି। ଏପରିକି ସେ ପ୍ରେମିକଙ୍କ ସହ ସମ୍ପର୍କ ଛିନ୍ନ କରିଥିବା ସେ କହିଛନ୍ତି।

ଗତ ଜାନୁୟାରୀରେ ମା’ ହେବାକୁ ଯାଉଥିବା ନେଇ ଖୁସିଖବର ଶୁଣାଇଥିଲେ ରିହାନା। ଏକ ଫଟୋଶୁଟ୍‌ କରି ସେ ସମସ୍ତଙ୍କୁ ଏହା ଜଣାଇଥିଲେ। ନିକଟରେ ମଧ୍ୟ ସେ ଗର୍ଭବତୀ ହେବାର ଫଟୋଶୁଟ୍‌ କରାଇ ଚର୍ଚ୍ଚାରେ ଥିଲେ। ହେଲେ ହଠାତ୍‌ ତାଙ୍କର ବ୍ରେକ୍‌ଅପ୍‌ ଖବର ଅନେକଙ୍କୁ ଚକିତ କରିଛି।

 

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share