ଛଟେଇ ହେଉଛନ୍ତି ଗର୍ଭବତୀ

ଓ୍ବାଶିଂଟନ୍‌, ୯ା୩: କରୋନା ମହାମାରୀ ଯୋଗୁ ଅନେକ ଦେଶରେ ଲିଙ୍ଗଗତ ଅସମାନତା ବୃଦ୍ଧି ପାଇଛି। ମହିଳା ହିଂସା ବଢ଼ିବା ସହ ମାତ୍ର ୩ ଚତୁର୍ଥାଂଶ ମହିଳାଙ୍କ ପାଖରେ ଆଇନଗତ ଅଧିକାର ରହିଛି ବୋଲି ବିଶ୍ୱ ବ୍ୟାଙ୍କର ପ୍ରମୁଖ ଅର୍ଥନୀତିଜ୍ଞ କାର୍‌ମେନ ରେନହାର୍ଟ କହିଛନ୍ତି। ପ୍ରାୟ ୪୦ରୁ ଅଧିକ ଦେଶରେ ଗର୍ଭବତୀ ହେବା କାରଣରୁ ମହିଳା ଛଟେଇର ସମ୍ମୁଖୀନ ହେଉଛନ୍ତି ବୋଲି ସେ ପ୍ରକାଶ କରିଛନ୍ତି। କୋଭିଡ୍‌-୧୯ ପରଠାରୁ ଏହି ସମସ୍ୟା ବଢ଼ିଛି। ଏଥିସହ କରୋନା ଯୋଗୁ ଚଳିତ ଦଶକରେ ନାବାଳିକା ବିବାହ ସଂଖ୍ୟା ବୃଦ୍ଧି ପାଇ ୧ କୋଟିରୁ ଅଧିକ ହୋଇପାରେ ବୋଲି ୟୁନିସେଫ୍‌ ଏକ ରିପୋର୍ଟ ପ୍ରକାଶ କରିଛି।

Share