ନୂଆଦିଲ୍ଲୀ,୨ ।୭: କରୋନା ସଂକ୍ରମଣକୁ ରୋକିବା ପାଇଁ ଏବେ ଟିକାକରଣ ଉପରେ ଗୁରୁତ୍ୱ ଦିଆଯାଉଛି । ପୂର୍ବରୁ ଗର୍ଭବତୀଙ୍କୁ ଏହି ଟିକା ନେବାକୁ ବାରଣ କରାଯାଉଥିବା ବେଳେ ଏବେ କିନ୍ତୁ ଏମାନେ କରୋନା ଟିକା ନେଇପାରିବେ ବୋଲି କହିଛି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ । ଏବେ ଗର୍ଭବତୀଙ୍କ ଉପରେ ଏହା ପରୀକ୍ଷା କରାଯିବା ପରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ମଞ୍ଜୁରୀ ମିଳିଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ନ୍ୟାଶନାଲ ଟେକନିକାଲ ଆଡଭାଇଜରୀଗ୍ରୁପ ଅଫ୍ ଇମ଼ୁ୍ୟନାଇଜେଶନ(ଏନ୍ଟିଏଜିଆଇ)ର ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରିଛି । ଏବେ ଗର୍ଭବତୀମାନେ ଉକ୍ଟଡଓଘ ଆପ୍ରେ ଟିକାକରଣ ପାଇଁ ରେଜିଷ୍ଟ୍ରେଶନ କରିପାରିବେ । ନଚେତ୍ ନିକଟସ୍ଥ ଟିକାକରଣ କେନ୍ଦ୍ରକୁ ଯାଇ ସିଧାସଳଖ ଟିକା ନେଇପାରିବେ । ଯେ କୌଣସି ଷ୍ଟେଜରେ ଥିଲେ ଏମାନେ ଟିକା ନେଇପାରିବେ ବୋଲି କୁହାଯାଇଛି । ଏଥିପାଇଁ ଅପରେଶନ ଗାଇଡ୍ ଲାଇନ ଜାରି କରାଯାଇଛି ।