୧୨ ବର୍ଷ ପୂର୍ବେ ୩୪ ଝିଅଙ୍କ ମା’ ହୋଇଥିଲେ ଏହି ଅଭିନେତ୍ରୀ

ବଲିଉଡ୍‌ର ଡିମ୍ପଲ ଗର୍ଲ ତଥା ଅଭିନେତ୍ରୀ ପ୍ରୀତି ଜିଣ୍ଟା ୩୧ ଜାନୁୟାରୀରେ ତାଙ୍କର ଜନ୍ମଦିନ ପାଳନ କରୁଛନ୍ତି। ୯୦ ଦଶକର ସବୁଠାରୁ ଲୋକପ୍ରିୟ ଅଭିନେତ୍ରୀ ପ୍ରୀତି ଆଜି ତାଙ୍କର ୪୬ ତମ ଜନ୍ମଦିନ ପାଳନ କରୁଛନ୍ତି। ଶାହରୁଖ ଖାନଙ୍କ ସହ ‘ଦିଲ ସେ’ ଫିଲ୍ମରେ ବଲିଉଡରେ ଡେବ୍ୟୁ କରିଥିବା ପ୍ରୀତି ୧୯୭୫ ମସିହାରେ ହିମାଚଳ ପ୍ରଦେଶର ଶିମ୍‌ଲାରେ ଜନ୍ମଗ୍ରହଣ କରିଥିଲେ। ପ୍ରୀତିଙ୍କ ପିଲାଦିନ ଅନେକ କଷ୍ଟ ଦେଇ ଗତି କରିଥିଲା। କିନ୍ତୁ ସେ ଏହି ସମସ୍ୟା ସହ ଲଢ଼ି ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ୧୫ ବର୍ଷ ବୟସରେ, ପିତାମାତାଙ୍କୁ ହରାଇ ସେ ହୃଦୟଙ୍ଗମ କରିଥିଲେ ଯେ, ଏକୁଟିଆ ରହିବା କେତେ କଷ୍ଟକର। ତେଣୁ ସେ ୩୪ ଝିଅଙ୍କୁ ପୋଷ୍ୟ କନ୍ୟାଭାବେ ଗ୍ରହଣ କରିବାକୁ ସ୍ଥିର କଲେ।

ଯେତେବେଳେ ପ୍ରୀତିଙ୍କୁ ୧୩ ବର୍ଷ ହୋଇଥିଲା, ତାଙ୍କ ପିତା ଦୁର୍ଗାନନ୍ଦ ଜିଣ୍ଟାଙ୍କ ଏକ କାର ଦୁର୍ଘଟଣାରେ ମୃତ୍ୟୁ ଘଟିଥିଲା। ଏହି ଦୁର୍ଘଟଣାରେ ତାଙ୍କ ମା’ ମଧ୍ୟ ଆହତ ହୋଇଥିଲେ। ସେ ମଧ୍ୟ ଦୁଇ ବର୍ଷ ଶଯ୍ୟାଶାୟୀଥିଲେ। ଯେତେବେଳେ ପ୍ରୀତିଙ୍କୁ ୧୫ ବର୍ଷ ହୋଇଥିଲା ତାଙ୍କ ମା’ଙ୍କ ମଧ୍ୟ ମୃତ୍ୟୁ ଘଟିଲା। ପିତାମାତାଙ୍କ ଦେହାନ୍ତ ପରେ ସେ ଦୁର୍ବଳ ହେବା ପରିବର୍ତ୍ତେ ଅଧିକ ଶକ୍ତିଶାଳୀ ହେଲେ। ସେ ନିଜ ବ୍ୟକ୍ତିଗତ ଜୀବନରେ ସର୍ବଦା ସମୟାନୁବର୍ତ୍ତୀ ଏବଂ ଅତ୍ୟନ୍ତ କଠୋର।

ପିତାମାତା ବିନା ଜୀବନ କ’ଣ ଜାଣିବା ଡିମ୍ପଲ ଗର୍ଲ ଜାଣନ୍ତି। ଏହି କାରଣରୁ ସେ ୨୦୦୯ ମସିହାରେ ରିଷିକେଶରୁ ୩୪ ଅନାଥ ଝିଅଙ୍କୁ ଏକାଠି ଗ୍ରହଣ କରିଥିଲେ। ପ୍ରୀତି ଏହି ଝିଅମାନଙ୍କ ପାଇଁ ସମ୍ପୂର୍ଣ୍ଣ ଖର୍ଚ୍ଚ ବହନ କରୁଛନ୍ତି ଏବଂ ବର୍ଷକୁ ଦୁଇଥର ସେମାନଙ୍କୁ ଭେଟିବାକୁ ମଧ୍ୟ ଯାଇଥାନ୍ତି।

Share