୪୬ ବର୍ଷରେ ଯମଜ ସନ୍ତାନର ଜନନୀ ହେଲେ ଡିମ୍ପଲ ଗର୍ଲ

ବମ୍ବେ: ୪୬ ବର୍ଷରେ ମା’ ହୋଇଛନ୍ତି ବଲିଉଡର ଡିମ୍ପଲ ଗର୍ଲ ପ୍ରୀତି ଜିଣ୍ଟା। ତାଙ୍କର ଯମଜ ସନ୍ତାନ ହୋଇଛି। ଏହି ଖୁସି ଖବରକୁ ପ୍ରିତି ସୋସିଆଲ ମିଡିଆ ଜରିଆରେ ପ୍ରଶଂସକଙ୍କୁ ଜଣାଇଛନ୍ତି। ତେବେ ସରୋଗେସୀ ଜରିଆରେ ପ୍ରୀତିଙ୍କ ସନ୍ତାନ ହୋଇଛି। ସେ ଉଭୟଙ୍କ ନାମ ଜୟ ଜିଣ୍ଟା ଗୁଡଇନଫ୍‌ ଏବଂ ଜିୟା ଜିଣ୍ଟା ଗୁଡଇନଫ୍‌ ରଖିଛନ୍ତି। ୨୦୧୬ରେ ଆମେରିକୀୟ ପ୍ରେମିକ ଜିନ୍‌ ଗୁଡଇନଫଙ୍କୁ ବିବାହ କରିଥିଲେ।

ପ୍ରୀତି କହିଛନ୍ତି, ମୁଁ ଆଜି ଆପଣ ସମସ୍ତଙ୍କ ସହ ଏକ ଖୁସି ଖବର ବାଣ୍ଟିବାକୁ ଚାହୁଁଥିଲି। ଜିନ୍‌ ଆଉ ମୁଁ ବହୁତ ଖୁସି ଅଛୁ। ଆମେ ଆମେ ପରିବାରରେ ନିଜର ଯମଜ ସନ୍ତାନ ଜୟ ଜିଣ୍ଟା ଗୁଡଇନଫ୍‌ ଏବଂ ଜିୟା ଜିଣ୍ଟା ଗୁଡଇନଫ୍‌ଙ୍କ ସ୍ବାଗତ କରୁଛୁ। ଆମେ ଜୀବନର ଏହି ସୋପାନକୁ ନେଇ ବହୁତ ଉତ୍ସାହିତ ଅଛୁ। ଏହି ଅବିଶ୍ୱସନୀୟ ଯାତ୍ରାରେ ଆମ ସହ ଥିବା ଡାକ୍ତରମାନେ, ନର୍ସ ଏବଂ ଆମ ସରୋଗେଟ୍‌ଙ୍କୁ ହୃଦୟରୁ ଧନ୍ୟବାଦ। ବହୁତ ଭଲପାଇବା-ଜିନ୍‌, ପ୍ରୀତି, ଜୟ ଏବଂ ଜିୟା।

Share