Posted inଜାତୀୟ

୧୮ କୋଟିର ଋଣ ଛାଡ଼ ଅଭିଯୋଗକୁ ପ୍ରୀତି ଜିଣ୍ଟାଙ୍କ ଖଣ୍ଡନ

ନୂଆଦିଲ୍ଲୀ, ୨୬।୨: ଅଭିନେତ୍ରୀ ପ୍ରୀତି ଜିଣ୍ଟା ଏବଂ କଂଗ୍ରେସର କେରଳ ୟୁନିଟ୍‌ ମଧ୍ୟରେ ମଙ୍ଗଳବାର ଏକ୍ସ’ରେ ଆରୋପ ପ୍ରତ୍ୟାରୋପ ଲାଗି ରହିଥିଲା। ପ୍ରୀତି ଭାଜପାକୁ ତାଙ୍କ ସୋସିଆଲ ମିଡିଆ ଆଇଡି ଚଳାଇବା ପାଇଁ ଦେଇଛନ୍ତି ଏବଂ ଏହା ବଦଳରେ ନ୍ୟୁ ଇଣ୍ଡିଆ କୋଅପ୍‌ରେଟିଭ ବ୍ୟାଙ୍କ ପକ୍ଷରୁ ତାଙ୍କର ୧୮ କୋଟି ଟଙ୍କାର ଋଣ ଛାଡ଼ କରାଯାଇଛି ବୋଲି ସୋମବାର କେରଳ କଂଗ୍ରେସର ଅଫିସିଆଲ ଏକ୍ସ’ ହ୍ୟାଣ୍ଡେଲରେ ଏକ ପୋଷ୍ଟ କରାଯାଇଥିଲା। ଆର୍ଥିକ ଅନିୟମିତତା ଦର୍ଶାଇ ରିଜର୍ଭ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆ(ଆର୍‌ବିଆଇ) ନ୍ୟୁ ଇଣ୍ଡିଆ କୋଅପ୍‌ରେଟିଭ ବ୍ୟାଙ୍କର ବୋର୍ଡକୁ ଭଙ୍ଗ କରିବାକୁ ନିଷ୍ପତ୍ତି ନେଇଛି। ଫଳରେ ଜମାକାରୀମାନେ ସେମାନଙ୍କ ଝାଳବୁହା ଧନ ଫେରିପାଇବାକୁ ରାସ୍ତାରେ ପଡ଼ି ରହିଥିବା ବେଳେ ପ୍ରୀତି ଚତୁରତାର ସହ ନିଜ ୧୮ କୋଟିର ଋଣ ଛାଡ଼ କରାଇ ନେଇଥିବା କଂଗ୍ରେସ କହିଥିଲା। ତେବେ ମଙ୍ଗଳବାର ପ୍ରୀତି ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ପ୍ରୀତି ଲେଖିଛନ୍ତି, ସେ ଆଉ କାହାରିକୁ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ଚଳାଇବାକୁ ଦେଇ ନାହାନ୍ତି। ତାଙ୍କର କୌଣସି ଲୋନ୍‌ ଛାଡ଼ କରାଯାଇନାହିଁ। ସେ ପୂର୍ବରୁ ଲୋନ୍‌ ନେଇଥିଲେ, ଯାହାକୁ ୧୦ ବର୍ଷ ତଳେ ପରିଶୋଧ କରିସାରିଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏପ୍ରିଲ ୧୬ରୁ +୩ ନାମଲେଖା ପାଇଁ ଆବେଦନ

ଭୁବନେଶ୍ୱର,୧୪।୪: ଏପ୍ରିଲ ୧୬ରୁ +୩ ନାମଲେଖା ପାଇଁ ଛାତ୍ରୀଛାତ୍ର ଆବେଦନ କରିପାରିବେ। NEP-୨୦୨୦ ଆଧାରରେ ୨୦୨୫-୨୬ ପାଇଁ ନାମଲେଖା ପ୍ରକ୍ରିୟା ଆରମ୍ଭ ହେବ। ଛାତ୍ରୀଛାତ୍ର SAM...

ଭୋଟବ୍ୟାଙ୍କ ଭାଇରସ୍: ଆମ୍ବେଦକରଙ୍କୁ ଅପମାନିତ କରିବା, ୱାକଫ ଆଇନକୁ ବିରୋଧ ପାଇଁ କଂଗ୍ରେସକୁ ସମାଲୋଚନା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୪ା୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଦାବି କରିଛନ୍ତି ଯେ କଂଗ୍ରେସ ନୂତନ ଭାବରେ ଗୃହୀତ ୱାକଫ ସଂଶୋଧନ ଆଇନକୁ ବିରୋଧ କରିବା ପାଇଁ “ଭୋଟବ୍ୟାଙ୍କ...

ଘରେ ପଶି ହତ୍ୟା କରିବୁ, ବୋମା ପକାଇ କାର୍‌ ଉଡ଼ାଇ ଦେବୁ, ପୁଣି ସଲମାନଙ୍କୁ ମିଳିଲା ଏମିତି ଧମକ

ମୁମ୍ବାଇ: ବଲିଉଡ୍‌ର ସୁପରଷ୍ଟାର୍‌ ସଲମାନ ଖାନଙ୍କୁ ପୁଣି ଥରେ ଧମକ ମିଳିଛି। ମୁମ୍ବାଇର ଓ୍ବର୍ଲି ଟ୍ରାଫିକ ବିଭାଗର ହ୍ବାଟ୍ସଆପ୍‌ ନମ୍ବରକୁ ଏକ ଧମକ ପଠାଯାଇଛି। ଯେଉଁଥିରେ...

ନବୀନଙ୍କୁ ଚିଠି ଲେଖି ରାଜାଙ୍କ ପ୍ରସ୍ତାବ, ବଢ଼ିଲା ଚର୍ଚ୍ଚା

ଭୁବନେଶ୍ୱର,୧୪ା୪: ବିଜୁ ଜନତା ଦଳରେ ଏବେ ସାଙ୍ଗଠନିକ ନିର୍ବାଚନ ଚାଲିଥିବା ବେଳେ ଆଠଗଡ଼ ବିଧାୟକ ତଥା ଦଳର ବରିଷ୍ଠ ନେତା ରଣେନ୍ଦ୍ର ପ୍ରତାପ ସ୍ୱାଇଁ(ରାଜା) ମୁଖିଆ...

‘ଆମେ ବି ହେବୁ କୁନି ବୈଜ୍ଞାନିକ’, କେଏମଆରଏସରେ ବିଜ୍ଞାନ ଓ ଗବେଷଣାକୁ ନେଇ କର୍ମଶାଳା

ରାଇକିଆ,୧୪।୪,(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ କଳିଙ୍ଗ ମଡେଲ ରେଶିଡେନ୍ସିଆଲ ସ୍କୁଲରେ ବିଜ୍ଞାନ ଓ ଗବେଷଣାକୁ ନେଇ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ...

Video : ଟ୍ରମା ସେଣ୍ଟରରେ ସିଧା ଆମ୍ବୁଲାନ୍ସ ପହଞ୍ଚାଇ ଦେଲେ ଡ୍ରାଇଭର, ଲୋକେ କହିଲେ ଡାକ୍ତର ଚଲାଉଥିଲେ କି ଗାଡ଼ି?

ନୂଆଦିଲ୍ଲୀ,୧୪।୪: ଯେତେବେଳେ କେହି ଅସୁସ୍ଥ ହୁଅନ୍ତି କିମ୍ବା ଦୁର୍ଘଟଣା ଘଟେ, ପ୍ରଥମେ ଆମ୍ବୁଲାନ୍ସକୁ ଡକାଯାଏ। ରୋଗୀଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରୁ ଆମ୍ବୁଲାନ୍ସ ଦ୍ରୁତ ଗତିରେ ଚାଲିଯାଏ,...

୧୫ରୁ ୨ମାସ ସାମୁଦ୍ରିକ କଟକଣା ଲାଗୁ

ପାରାଦୀପ,୧୪ା୪(ଶରତ ରାଉତ): ସମଗ୍ର ରାଜ୍ୟର ପୂର୍ବ ଉପକୂଳରେ ଆସନ୍ତା ୧୫ ତାରିଖରୁ ସାମୁଦ୍ରିକ କଟକଣା ଲାଗୁ ହେବ। ଏ ନେଇ ଓଡ଼ିଶା ସରକାରଙ୍କ ମତ୍ସ୍ୟ ନିର୍ଦ୍ଦେଶାଳୟ...

ନାବାଳିକା କଲେଜ ଛାତ୍ରୀ ଅପହୃତ, ମାମଲା ରୁଜୁ କଲା ପୋଲିସ

ଦିଗପହଣ୍ଡି,୧୪।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଞ୍ଚଳର ଏକ କଲେଜରେ ଯୁକ୍ତ ୨ ଶେଷ ବର୍ଷ କଳା ବିଭାଗରେ ବାର୍ଷିକ ପରୀକ୍ଷା ଦେଇଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image