କାର୍‌ ଦୁର୍ଘଟଣାରେ ପିତାଙ୍କୁ ହରାଇଥିଲେ ଏହି ଅଭିନେତ୍ରୀ: ଗୋଟିଏ ଇଚ୍ଛା ପୂରଣ ପାଇଁ କିଣିଥିଲେ ଆଇପିଏଲ୍‌ ଟିମ୍‌

ବମ୍ବେ: ପ୍ରୀତି ଜିଣ୍ଟା ବଲିଉଡ୍‌ ଅଭିନେତ୍ରୀ ହେବା ସହ ଆଇପିଏଲ୍‌ ଫ୍ରାଞ୍ଚାଇଜ୍‌ ପଞ୍ଜାବ କିଙ୍ଗ୍ସର ମାଲିକାଣୀ ମଧ୍ୟ। ୨୦୦୮ରେ ସେ ତତ୍କାଳୀନ ପ୍ରେମିକ ନେସ ଓ୍ବାଡିଆଙ୍କ ସହ ମିଶି ଏହି ଟିମ୍‌କୁ କିଣିଥିଲେ। ହେଲେ ହୁଏତ ଏପରି କରିବା ପଛରେ କାରଣ ବିଷୟରେ ଆପଣ ଜାଣି ନ ଥିବେ। ଯାହା ଶୁଣାଯାଏ, ପ୍ରୀତି ବାପାଙ୍କ ଇଚ୍ଛା ପୁରଣ କରିବାକୁ ଯାଇ ଟିମ୍‌କୁ କିଣିଥିଲେ।

ଅଭିନେତ୍ରୀଙ୍କ ବାପା ଦୁର୍ଗାନନ୍ଦ ଜିଣ୍ଟା ଜଣେ ଆର୍ମୀ ଅଫିସର ଥିଲେ। ସେ ଶିମଲାରେ ଏକ ସ୍ପୋଟ୍ସ କ୍ଲବ କରିବାକୁ ଚାହୁଁଥିଲେ। ଏହାଫଳରେ ଖେଳ ପ୍ରତି ଆଦର ଥିବା ଯୁବକମାନଙ୍କୁ ପ୍ରୋତ୍ସାହନ ମିଳିପାରିବ ବୋଲି ସେ ଭାବୁଥିଲେ। ଝିଅଙ୍କ ସହ ଏ ବିଷୟରେ ସେ ଆଲୋଚନା କରିଆସୁଥିଲେ। ଫିଲ୍ମରେ ସଫଳତା ମିଳିବା ପରେ ଯେତେବେଳେଆଇପିଏଲ୍‌ ଆରମ୍ଭ ହୋଇଥିଲା, ପ୍ରୀତି ନିଜ ବାପାଙ୍କ ଇଚ୍ଛା ପୂରଣ କରିବାକୁ କିଙ୍ଗ୍ସ ଏକାଦଶ ପଞ୍ଜାବକୁ କିଣିଥିଲେ।

୧୩ ବର୍ଷ ବୟସରେ ହିମାଚଳରେ ଜନ୍ମିତ ପ୍ରୀତିଙ୍କ ବାପା ଦୁର୍ଗାନନ୍ଦ ଏକ କାର୍‌ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ। ଏଥିରେ ତାଙ୍କ ମା’ ମଧ୍ୟରେ ଗୁରୁତର ହୋଇଥିଲେ। ଦୁଇବର୍ଷ ଯାଏ ବିଛଣାରେ ପଡ଼ି ରହିବା ପରେ ତାଙ୍କ ମୃତ୍ୟୁ ଘଟିଥିଲା। ଏବେ ସେ କ୍ରିକେଟ ସହ ସମାଜସେବାରେ ଲିପ୍ତ ରହିଛନ୍ତି। ମହିଳା ସଶକ୍ତିକରଣଠାରୁ ଆରମ୍ଭ କରି ରକ୍ତଦାନ, ଏଡ୍ସ, ମାନବ ତସ୍କରୀ ଆଦି ଉପରେ ସେ କାମ କରୁଛନ୍ତି।

Share