ନୂଆଦିଲ୍ଲୀ,୨୬।୪: ରେସଲିଂ ଫେଡେରେସନ ଅଫ ଇଣ୍ଡିଆ (ଡବ୍ଲୁଏଫଆଇ) ମୁଖ୍ୟ ବ୍ରିଜ ଭୂଷଣ ଶରଣ ସିଂଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ଅଭିଯୋଗ ଆଣିଛନ୍ତି ୭ ଜଣ ମହିଳା କୁସ୍ତିଯୋଦ୍ଧା। ଏହି ମାମଲା ଏବେ ସୁପ୍ରିମକୋର୍ଟରେ ପହଞ୍ଚିଛି। ତେବେ ଦିଲ୍ଲୀ ପୋଲିସ
ସୁପ୍ରିମକୋର୍ଟଙ୍କୁ କହିଛି, ଏଫ୍ଆଇଆର ଦାଖଲ ହେବା ପୁର୍ବରୁ ପ୍ରାଥମିକ ତଦନ୍ତ ଆବଶ୍ୟକ।
ଦିଲ୍ଲୀ ପୋଲିସ ପାଇଁ ହାଜର ହୋଇଥିବା ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଭାରତର ପ୍ରଧାନ ବିଚାରପତି ଡି.ଓ୍ବାଇ ଚନ୍ଦ୍ରଚୂଡ଼ ଏବଂ ଜଷ୍ଟିସ ପିଏସ ନରସିଂହଙ୍କ ଏକ ବେଞ୍ଚକୁ କହିଛନ୍ତି, ଯଦି ସୁପ୍ରିମକୋର୍ଟ ଅନୁଭବ କରୁଛନ୍ତି ଯେ ସିଧାସଳଖ ଏଫ୍ଆଇଆର ଦାଖଲ କରିବାକୁ ପଡିବ, ତେବେ ଏହା କରାଯାଇପାରିବ।
ତୁଷାର ମେହେଟ୍ଟା କହିଛନ୍ତି, ଏଫ୍ଆଇଆର ପଞ୍ଜୀକରଣ କରିବା ପୂର୍ବରୁ ପ୍ରାଥମିକ ଅନୁସନ୍ଧାନ କରାଯିବା ଆବଶ୍ୟକ। କୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ଏଫଆଇଆର ପଞ୍ଚିକୃତ ହୋଇନାହିଁ ବୋଲି ଏଭଳି ଭାବନାକୁ ଅନୁମତି ଦିଆଯାଉ ନାହିଁ। ତେବେ ମେହେଟ୍ଟାଙ୍କ ଯୁକ୍ତିକୁ ବେଞ୍ଚ ଗ୍ରହଣ କରିଛି। ଏହା ସହିତ ୨୮ଏପ୍ରିଲରେ କୁସ୍ତିଯୋଦ୍ଧାଙ୍କ ଆବେଦନ ଉପରେ ଶୁଣାଣି ସମୟରେ ଦିଲ୍ଲୀ ପୋଲିସ ଏଫଆଇଆର ପଞ୍ଜୀକରଣ ସମ୍ପର୍କରେ ନିଜର ମତାମତ ଉପସ୍ଥାପନ କରିପାରିବେ ବୋଲି କୋର୍ଟ କହିଛନ୍ତି।