Categories: ଜାତୀୟ

ଖୋଲିଲା ପ୍ରେମ ମନ୍ଦିର

ମଥୁରା,୧୧।୧୧: ଉତ୍ତର ପ୍ରଦେଶର ବୃନ୍ଦାବନସ୍ଥିତ ପ୍ରେମ ମନ୍ଦିର ଦୀର୍ଘ ୮ ମାସ ପରେ ଭକ୍ତଙ୍କ ଦର୍ଶନ ପାଇଁ ଖୋଲାଯାଇଛି। କୋଭିଡ-୧୯ର ଗାଇଡଲାଇନ୍‌ ଅନୁଯାୟୀ ଏହି ମନ୍ଦିର ଖୋଲାଯାଇଥିବା ଜନସମ୍ପର୍କ ଅଧିକାରୀ ଅଜୟ ତ୍ରିପାଠୀ କହିଛନ୍ତି। ପ୍ରଥମ ଦିନ ଦର୍ଶନ ପାଇଁ ଅନେକ ଭକ୍ତରେ ଏଠାରେ ପହଞ୍ଚିଛନ୍ତି। ସୂଚନାଯୋଗ୍ୟ,ପ୍ରେମ ମନ୍ଦିର ଗତ ୮ ମାସ ହେବ କରୋନା ଯୋଗୁ ବନ୍ଦ ଥିଲା। ଏହି ମନ୍ଦିରର କଳା ଏବଂ ଭବ୍ୟତା ସମସ୍ତଙ୍କୁ ଆକର୍ଷିତ କରେ। ବାଙ୍କବିହାରୀ ପରେ ବୃନ୍ଦାବନରେ ସବୁଠୁ ଅଧିକ ଶ୍ରଦ୍ଧାଳୁ ପ୍ରେମ ମନ୍ଦିର ଆସନ୍ତି। ଏହି ମନ୍ଦିର ଦର୍ଶନ ପାଇଁ ସମୟ ସୀମା ଧାର୍ଯ୍ୟ କରାଯାଇଛି। ସକାଳ ୮.୩୦ରୁ ଦି ୧୨ଟା ଏବଂ ଅପରାହ୍ନ ୪.୩୦ରୁ ସନ୍ଧ୍ୟା ୮.୩୦ ପର୍ଯ୍ୟନ୍ତ ମନ୍ଦିର ଖୋଲା ରହିବ।

Share