Categories: Uncategorized

ହାଥରସ୍‌ ଦୁର୍ଘଟଣା ପରେ ପ୍ରେମାନନ୍ଦ ମହାରାଜ ନେଲେ ବଡ଼ ନିଷ୍ପତ୍ତି

ମଥୁରା,୪।୭: ହାଥରସ୍‌ରେ ଦଳାଚକଟା ଘଟଣା ପରେ ପ୍ରେମାନନ୍ଦ ମହାରାଜ ବଡ଼ ନିଷ୍ପତ୍ତି ନେଇଛନ୍ତି। ଏହି ଦୁର୍ଘଟଣାକୁ ଦୃଷ୍ଟିରେ ରଖି ସେ ମଥୁରାରେ କରୁଥିବା ରାତ୍ରିକାଳୀନ ପଦଯାତ୍ରାକୁ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ବନ୍ଦ କରିଦେଇଛନ୍ତି। ଏନେଇ ପ୍ରେମାନନ୍ଦ ମହାରାଜଙ୍କ ପକ୍ଷରୁ ଚିଠି ଜାରି କରି ଭକ୍ତମାନଙ୍କୁ ସୂଚନା ଦିଆଯାଇଛି।


ଚିଠିରେ କୁହାଯାଇଛି ଯେ, ହାଥରସ୍‌ରେ ହୋଇଥିବା ଦୁର୍ଭାଗ୍ୟଜନକ ଘଟଣା ବହୁତ ହୃଦୟ ବିଦାରକ ଏବଂ ଅତ୍ୟନ୍ତ ଦୁଃଖଦାୟକ। ଏଥିରେ ଆମର ସମବେଦନା ପରିବାରଲୋକଙ୍କ ସହ ରହିଛି। ଭବିଷ୍ୟତରେ ଏଭଳି କୌଣସି ଘଟଣା ନ ହେଉଛି ଏହାକୁ ନେଇ ପ୍ରଭୁଙ୍କ ନିକଟରେ ପ୍ରାର୍ଥନା। ଘଟଣାକୁ ନେଇ ସାବଧାନତା ଅବଲମ୍ବନ କରିବାକୁ ପୂଜ୍ୟ ମହାରାଜ, ଯେଉଁ ପଦଯାତ୍ରା କରି ରାତ୍ରି ୨.୧୫ରୁ ଶ୍ରୀ ହିତ ରାଧା କେଳିକୁଞ୍ଜ ଯାଉଥିଲେ, ଯେଉଁଥିରେ ସମସ୍ତଙ୍କୁ ଦର୍ଶନ ମିଳୁଥିଲା, ତାକୁ ଅନିଶ୍ଚିତ କାଳ ପର୍ଯ୍ୟନ୍ତ ବନ୍ଦ କରିଦିଆଯାଇଛି। ଏଣୁ କୌଣସି ଭକ୍ତ ରାତିରେ ଉକ୍ତ ରାସ୍ତାରେ ଛିଡ଼ା ହୁଅନ୍ତୁ ନାହିଁ, ନା ଭିଡ ଜମାନ୍ତୁ।