ନନ୍ଦନକାନନରେ ଆଖି ବୁଜିଲା ପ୍ରେମା

ବାରଙ୍ଗ,୨୮।୧୦(ଡି.ଏନ୍‌.ଏ.): ବଞ୍ଚାଇପାରିଲେନି ପ୍ରେମା ହାତୀର ଜୀବନ। ଗୁରୁବାରଠାରୁ ସମ୍ପୂର୍ଣ୍ଣ ରୂପରେ ଅସୁସ୍ତ ହୋଇ ହାତୀ ସଫାରୀର ହାତୀ ଶାଳରେ ତଳେ ପଡ଼ିଯାଇଥିଲା। ତେବେ ବହୁ ଚେଷ୍ଟା ସତ୍ତ୍ୱେ ସେ ଉଠି ନ ଥିଲା। ସେଠାରେ ନନ୍ଦନକାନନ ଡାକ୍ତରମାନେ ଚିକିତ୍ସା ଆରମ୍ଭ କରିଥିଲେ। ଶେଷରେ ଶୁକ୍ରବାର ଅପରାହ୍ନରେ ପ୍ରେମା ମୃତୁବରଣ କରିଥିଲା। ବାର୍ଦ୍ଧକ୍ୟ ଜନିତ କାରଣରୁ ସେ ଅସୁସ୍ତ ହୋଇପଡିଥିବାର କର୍ତ୍ତୃପକ୍ଷ କହୁଥିବା ବେଳେ ଶନିବାର ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି କୁହାଯାଇଛି। ତେବେ ପ୍ରେମାର ମୃତ୍ୟୁ ପରେ ନନ୍ଦନକାନନରେ ହାତୀ ସଂଖ୍ୟା ହ୍ରାସ ପାଇ ୩ରେ ପହଞ୍ଚିଛି।

Share