ଗାଜା ହସ୍ପିଟାଲରେ ନାହିଁ କରେଣ୍ଟ, ଶିଶୁ ମାନଙ୍କ ତାପମାତ୍ରା ସ୍ଥିର ରଖିବା ପାଇଁ ପାଖକୁ ପାଖ ଲଗାଇ ଶୁଆଇ ଦେଉଛନ୍ତି ଡାକ୍ତର

ନୂଆଦିଲ୍ଲୀ, ୧୩ା୧୧: ଇସ୍ରାଏଲ-ହମାସ ମଧ୍ୟରେ ଚାଲିଥିବା ଭୟଙ୍କର ଯୁଦ୍ଧ ମଧ୍ୟରେ ଗାଜାର ସ୍ଥିତି ବିଗିଡ଼ିବାରେ ଲାଗିଛି। ହସପିଟାଲ ମାନଙ୍କରେ ବିଦ୍ୟୁତ ସଂଯୋଗ ଛିନ୍ନ ହୋଇଥିବାରୁ ନାନା ସମସ୍ୟା ଉପୁଜିଛି। ନବଜାତ ଶିଶୁମାନେ ପାଖକୁ ପାଖ ଲାଗି ଶୋଇଛନ୍ତି, କେତେକ ସବୁଜ କପଡ଼ାରେ ଗୁଡ଼ାଇ ହୋଇ ପ୍ରାୟତଃ ଉଷ୍ମତା ପାଇଁ ସେମାନଙ୍କୁ ଏପରି ରଖାଯାଇଛି, ଅନ୍ୟମାନେ କେବଳ ପ୍ୟାଣ୍ଟ ପିନ୍ଧିଥିଲେ। ଏହି ଚିତ୍ର ଦର୍ଶାଉଛି ଯେ ପ୍ରତି ମିନିଟ୍ ସହିତ ସେମାନଙ୍କ ଜୀବନ ବିପଦରେ ରହିଛି।

ହମାସ ଯବାନ ମାନଙ୍କ ସହିତ ଲଢୁଥିବା ଇସ୍ରାଏଲ୍ ଟ୍ୟାଙ୍କ ଘେରି ରହିଥିବା ଗାଜାର ଅଲ ଶିଫା ହସ୍ପିଟାଲରେ ନବଜାତ ଶିଶୁମାନେ ଚିକିତ୍ସିତ ହେଉଛନ୍ତି। ସୋମବାର ଏକ ଟେଲିଫୋନ୍ ସାକ୍ଷାତକାରରେ ଅଲ ଶିଫାର ଶିଶୁ ବିଭାଗର ମୁଖ୍ୟ ଡା. ମହମ୍ମଦ ତବାଶା କହିଛନ୍ତି, “ଗତକାଲି ହସ୍ପିଟାଲରେ ୩୯ ଶିଶୁ ଥିଲେ ଏବଂ ଆଜି ଏହି ସଂଖ୍ୟା ୩୬ ହୋଇସାରିଛି।
ଏହା ସହିତ ସେ କହିଛନ୍ତ ମୁଁ ଏହା କହିପାରିବି ନାହିଁ କି ସେମାନେ କେତେ ସମୟ ପାଇଁ ଜୀବିତ ଅଛନ୍ତି।

ଏହି ନବଜାତ ଶିଶୁମାନଙ୍କର ଓଜନ ୧.୫ କିଲୋଗ୍ରାମରୁ କମ୍ ଏବଂ କେତେକ କ୍ଷେତ୍ରରେ କେବଳ ୭୦୦ କିମ୍ବା ୮୦୦ ଗ୍ରାମ ହେବ। ତେବେ ସେମାନଙ୍କୁ ବର୍ତ୍ତମାନ ଇନକ୍ୟୁବେଟରରେ ରହିବା ଉଚିତ ଯେଉଁଠାରେ ତାପମାତ୍ରା ଏବଂ ଆର୍ଦ୍ରତା ସେମାନଙ୍କର ବ୍ୟକ୍ତିଗତ ଆବଶ୍ୟକତା ଅନୁଯାୟୀ ନିୟନ୍ତ୍ରିତ ହୋଇପାରିବ। କିନ୍ତୁ ହସ୍ପିଟାଲରେ ବିଦ୍ୟୁତ ସଂଯୋଗ ଛିନ୍ନ ହୋଇଥିବାରୁ ସେମାନଙ୍କୁ ଖାଲି ସ୍ଥାନରେ ପାଖକୁ ଲଗାଇ ଶୁଆଇ ଦିଆଯାଇଛି।

 

Share