ଓଡ଼ିଆ ଯବାନଙ୍କ ଅକାଳ ବିୟୋଗ

ବାଲିଆପାଳ,୩।୫(ସ୍ବ.ପ୍ର.): ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକ ନିଖିରା ପଞ୍ଚାୟତ ଅଧୀନ ନିଖିରା ଗ୍ରାମର ମଧୁସୂଦନ ବାରିକଙ୍କ ଏକମାତ୍ର ପୁଅ ନୌସେନା ରକ୍ଷାମନ୍ତ୍ରଣାଳୟର ସିଭିଲିଆନ ଭାବେ କାର୍ଯ୍ୟରତ ଓଡ଼ିଆ ଯବାନ ଶିବନାରାୟଣ ବାରିକଙ୍କ ସୋମବାର ଫୁସ୍‌ଫୁସ୍‌ଜନିତ ରୋଗରେ ପ୍ରାଣ ହରାଇଛନ୍ତି। ମୃତ୍ୟୁବେଳକୁ ତାଙ୍କୁ ୩୫ବର୍ଷ ବୟସ ହୋଇଥିଲା। ଶିବନାରାୟଣ ଫୁସଫୁସ ରୋଗରେ ଅସୁସ୍ଥ ହୋଇ ବିଶାଖାପାଟଣାରେ ଏକ ଘରୋଇ ହସ୍‌ପିଟାଲରେ ଭର୍ତ୍ତି ହୋଇଥିଲେ। ଗତ ସୋମବାର ଶିବନାରାୟଣ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା ଖବର ସମସ୍ତଙ୍କୁ ଚକିତ କରିଦେଇଥିଲା। ମଙ୍ଗଳବାର ସକାଳେ ଶିବନାରାୟଣଙ୍କ ପାର୍ଥତ୍ବ ଶରୀର ଜନ୍ମଭୂମି ନିଖିରାରେ ପହଞ୍ଚତ୍ବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ବହୁ ବିଶିଷ୍ଟ ବ୍ୟକ୍ତି ପହଞ୍ଚତ୍ ଶେଷଦର୍ଶନ କରିଥିଲେ। ରାଜ୍ୟ ବିଜୁ ମହିଳା ଜନତା ଦଳ କାର୍ଯ୍ୟକାରୀ ସଭାପତି ସୁବାସିନୀ ଜେନା, ଓଡ଼ିଶା ପ୍ରାଇଡ୍‌ର ସଭାପତି ମାନସ ଦାସ, ନିଖିରା ସରପଞ୍ଚ ଅଞ୍ଜନ କୁମାର ଗିରି, ବିଜେଡି ବ୍ଲକ ସଭାପତି ଗୋବିନ୍ଦ ପ୍ରସାଦ ଦାସ ପ୍ରମୁଖ ଗଭୀର ଶୋକବ୍ୟକ୍ତ କରିଛନ୍ତି।