ଗୋଦ୍‌ରେଜ୍‌ ଆପ୍ଲାଏନ୍‌ସେସ୍‌ ପକ୍ଷରୁ ପ୍ରିମିୟମ ଉତ୍ପାଦ ଉନ୍ମୋଚିତ

ଭୁବନେଶ୍ୱର,୨୨।୯: ଦେଶର ପ୍ରମୁଖ ଗୃହୋପକରଣ ନିର୍ମାତା ଏବଂ ବିକ୍ରେତା କମ୍ପାନୀ ଗୋଦ୍‌ରେଜ୍‌ ଆପ୍ଲାଏନ୍‌ସେସ୍‌ ପକ୍ଷରୁ ନିକଟରେ ନୂତନ ପ୍ରିମିୟମ ଉତ୍ପାଦ ର ଉନ୍ମୋଚନ କରାଯାଇଛି। ଏପରିକି ଚଳିତ ଉତ୍ସବ ଋତୁରେ ଗ୍ରାହକମାନଙ୍କୁ ଖୁସି କରିବା ପାଇଁ କମ୍ପାନୀ ପକ୍ଷରୁ ‘ଦିଲ୍‌ ବୋଲେ ୱାଓ’ ଅଭିଯାନର ମଧ୍ୟ ଶୁଭାରମ୍ଭ କରାଯାଇଛି। ଏଥିରେ ଚଳିତ ଉତ୍ସବ ସମୟରେ ଆପ୍ଲାଏନ୍‌ସେସ୍‌ କିଣିବାକୁ ଚାହୁଁଥିବା ନୂଆ ଗ୍ରାହକମାନଙ୍କ ଲାଗି ୧୦୦ରୁ ଅଧିକ ନୂଆ ମଡେଲ ସହିତ ବ୍ୟାପକ ବର୍ଗର ଉପଭୋକ୍ତାଙ୍କ ପାଇଁ ଅଫର ରହିଛି। ସବୁ ବର୍ଗରେ ପ୍ରିମିୟମ ଉତ୍ପାଦ ର ଗ୍ରହଣୀୟତାରେ ବୃଦ୍ଧିର ଧାରା ଅନୁସାରେ କମ୍ପାନୀ ପକ୍ଷରୁ ନୂଆ ଇଅନ୍‌ ଭେଲ୍‌ଭେଟ୍‌ ସିରିଜ୍‌ ଉତ୍ପାଦ ବର୍ଗମାଳାକୁ ଉନ୍ମୋଚନ କରାଯାଇଛି।

ଏ ସମ୍ପର୍କରେ ଗୋଦ୍‌ରେଜ୍‌ ଆଣ୍ଡ ବଏସ୍‌ର ଅଂଶ ଗୋଦ୍‌ରେଜ୍‌ ଆପ୍ଲାଏନ୍‌ସେସ୍‌ର ବ୍ୟବସାୟ ମୁଖ୍ୟ ଓ କାର୍ଯ୍ୟନିର୍ବାହୀ ଉପସଭାପତି କମଳ ନନ୍ଦୀ କହିଛନ୍ତି, ନୂଆ ଉତ୍ପାଦ ବର୍ଗମାଳା ବିଭିନ୍ନ ବର୍ଗର ମୁଖ୍ୟତଃ ପ୍ରିମିୟମ ଉତ୍ପାଦ ଉପରେ କେନ୍ଦ୍ରୀଭୂତ, ଯେଉଁଥିରେ ସାଇଡ୍‌-ବାଏ-ସାଇଡ୍‌ ରେଫ୍ରିଜରେଟର ଠାରୁ ଟପ୍‌ ଏଣ୍ଡ୍‌ ଅଟୋମେଟିକ୍‌ ୱାଶିଂମେଶିନ, ଡବଲ୍‌ ଡୋର୍‌ ରେଫ୍ରିଜରେଟର ଓ ଉନ୍ନତ ଏୟାର କଣ୍ଡିସନର ଆଦି ରହିଛି। ଉପଭୋକ୍ତା ସ୍କିମ୍‌ ସହ ଏହା ଆମର ଗ୍ରାହକମାନଙ୍କୁ ଅପ୍‌ଗ୍ରେଡ୍‌ ହେବା ସହଜ କରିବ। ଏହି ନୂଆ ଉପତ୍ାଦ ଚଳିତ ଉତ୍ସବ ଋତୁରେ ଆମ ପାଇଁ ୫୦%ରୁ ଅଧିକ ଅଭିବୃଦ୍ଧିରେ ସହାୟକ ହେବ ବୋଲି ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସୁଜୁକି ଇଣ୍ଡିଆର ମାଇଲେଜ ରାଲି

ଭୁବନେଶ୍ୱର,୨୫।୧୧ (ଅଭୟ ଦାଶ): ସୁଜୁକି ମୋଟରସାଇକେଲ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ୍‌ର ବହୁ ପ୍ରତୀକ୍ଷିତ କାର୍ଯ୍ୟକ୍ରମ ‘ମାଇଲେଜ ରାଲି’ ର ଶୁଭାରମ୍ଭ ସର୍ବଭାରତୀୟ ସ୍ତରରେ ଆରମ୍ଭ କରାଯାଇଛି।...

ବଜାରରେ ରୟାଲ ଏନ୍‌ଫିଲ୍ଡର ଗୁଆନ କ୍ଲାସିକ ୩୫୦

ଭୁବନେଶ୍ୱର,୨୫।୧୧: ଦେଶର ପ୍ରମୁଖ ପ୍ରିମିୟମ୍‌ ବୁଲେଟ୍‌ ବ୍ରାଣ୍ଡ ତଥା ରୟାଲ ଏନ୍‌ଫିଲ୍ଡର ଅଲ ନ୍ୟୁ ଗୁଆନ କ୍ଲାସିକ ୩୫୦’ର ସର୍ବଭାରତୀୟ ଅନାବରଣ ଉତ୍ସବ ସହ ବଜାର...

ବଜାରରେ ଜେସିବିର ନୂତନ ଉତ୍ପାଦ

ଭୁବନେଶ୍ୱର, ୨୩।୧୧: ଜେସିବି ଇଣ୍ଡିଆ ଲିମିଟେଡ୍‌ର ନୂତନ ଉତ୍ପାଦ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ‘ଫୁଏଲ ମାଷ୍ଟର ଜେସିବି ନେଷ୍ଟ ୨୧୫ ଏଲ୍‌ସି ଏକ୍ସାଭେଟର’ର ଅନାବରଣ...

ଡ୍ରିମ୍‌ସ ଅଧ୍ୟକ୍ଷଙ୍କୁ ଲାଇଫ୍‌ଟାଇମ୍‌ ଆଚିଭ୍‌ମେଣ୍ଟ ଆୱାର୍ଡ

ଭୁବନେଶ୍ୱର,୨୩।୧୧ (ଅଭୟ ଦାଶ): ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ଡ୍ରିମ୍‌ସ ଗ୍ରୁପ୍‌ ଏବଂ ଡ୍ରିମ୍‌ସ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ଅଧ୍ୟକ୍ଷ ତଥା ବିଶିଷ୍ଠ ଉଦ୍ୟୋଗପତି ଡ.ପ୍ରମୋଦ...

ଶେଷ ଦିନରେ ନିବେଶକ ଯୋଡ଼ିଲେ ୭ ଲକ୍ଷ କୋଟି

ମୁମ୍ବାଇ,୨୩।୧୧: ଅନ୍ତରାଷ୍ଟ୍ରୀୟ ସମସ୍ୟା ଓ ଭୂ-ରାଜନୈତିକ ଘଟଣାବଳୀ ମଧ୍ୟରେ ଭାରତୀୟ ପୁଞ୍ଜି ବଜାର କାରବାର ବେଶ ଉତ୍ସାହଜନକ ରହିଛି। ଏପରିକି ଘରୋଇ ଶେୟାର ବଜାରର ନିବେଶକ...

ଜାନୁଆରୀ ୧ରୁ ବଦଳିଯିବ ଟେଲିକମର ଏହି ନିୟମ, Jio, Airtel, BSNL, Vi ଉପରେ ପଡ଼ିବ ବଡ଼ ପ୍ରଭାବ

ନୂଆଦିଲ୍ଲୀ,୨୨।୧୧: ସରକାର ଟେଲିକମ ନିୟମରେ ସମୟ ସମୟରେ ପରିବର୍ତ୍ତନ କରନ୍ତି। ଟେଲିକମ ଆକ୍ଟରେ କିଛି ନିୟମ ଯୋଡା ଯାଇଥିଲା, ଯାହାକୁ ସମସ୍ତ ରାଜ୍ୟ ମଧ୍ୟ ପାଳନ...

ଜୋମାଟୋରେ ନିଯୁକ୍ତି ସୁଯୋଗ: ୨୦ ଲକ୍ଷ ଦେଇ ବର୍ଷେ ମାଗଣା କାମ, ଦ୍ୱିତୀୟ ବର୍ଷରେ କମ୍ପାନୀ ଦେବ ଏତେ…

ନୂଆଦିଲ୍ଲୀ,୨୧।୧୧: ଅନଲାଇନ ଖାଦ୍ୟ ବିତରଣ ଆପ ଜୋମାଟୋରେ ବଡ ନିଯୁକ୍ତି ବାହାରିଛି। ଜୋମାଟୋ ସିଇଓ ଦୀପିନ୍ଦର ଗୋୟଲ ନିଜେ ଏହି ବିଷୟରେ ଏକ୍ସରେ ସୂଚନା ଦେଇଛନ୍ତି।...

ଆମେରିକାର ଅଭିଯୋଗ ଆଣିବାର କେଇ ମିନିଟ୍‌ ମଧ୍ୟରେ ବୁଡିଲା ଆଦାନୀଙ୍କ ଶେୟାର, ୨.୨୪ ଲକ୍ଷ କୋଟି ଟଙ୍କାର କ୍ଷତି…

ନୂଆଦିଲ୍ଲୀ,୨୧।୧୧: ଭାରତୀୟ ଶିଳ୍ପପତି ଗୌତମ ଆଦାନୀଙ୍କୁ ଲାଗିଛି ଆଜି ସକାଳୁ ସକାଳୁ ଲାଗିଛି ବଡ଼ ଝଟ୍‌କା। ଆମେରିକାରେ ଅଭିଯୋଗ ଆଣିଛି କି, ସେ ତାଙ୍କ କମ୍ପାନୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri