Categories: ବାଣିଜ୍ୟ

ଆକର୍ଷଣୀୟ ମୂଲ୍ୟରେ ପ୍ରିମିୟମ ସିଲ୍କ ଉତ୍ପାଦ

ଭୁବନେଶ୍ୱର,୧।୧୦: ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଶ୍ରୀ ଗଣପତି ସିଲ୍କ (ଗଣେଶ ସିଲ୍କ) ଜାତୀୟସ୍ତରୀୟ ହସ୍ତତନ୍ତ ମେଳା-୨୦୨୪ରେ ସାମିଲ ହୋଇଛି। ଏହି ମେଳାରେ ଗଣେଶ ସିଲ୍କ ତାମିଲନାଡୁର ପ୍ରିମିୟମ ସିଲ୍କ ଉତ୍ପାଦ ବେଶ ଆକର୍ଷଣୀୟ ହୋଇଥିଲାବେଳେ ଗ୍ରାହକଙ୍କୁ ଆକୃଷ୍ଟ କଲାଭଳି ନୂତନ ସଂଗ୍ରହ ଓ ଡିଜାଇନ ସାଙ୍ଗକୁ ଆକର୍ଷଣୀୟ ରିହାତି ଅଫର ଷ୍ଟଲରେ ଭିଡ ଜମାଉଛି। ବିଶେଷ କରି କାଞ୍ଜିପୁରମ ସିଲ୍କ, ଧର୍ମାଭରମ ସିଲ୍କ, ଉପଡା ସିଲ୍କ, ପ୍ରିଣ୍ଟେଡ ସିଲ୍କ ଏବଂ ମୈସୁର ସିଲ୍କ ଭଳି ଅନେକ ବ୍ରାଣ୍ଡ୍‌ର ସିଲ୍କ ଉତ୍ପାଦର ବ୍ୟାପକ ଡିଜାଇନ ଓ ମନଲୋଭା ସିଲ୍କ ଶାଢି ଗ୍ରାହକଙ୍କ ପସନ୍ଦ ପାଲଟିଛି। ସେହିଭଳି ଜାତୀୟସ୍ତରୀୟ ହସ୍ତତନ୍ତ ମେଳାର ଷ୍ଟଲ ନଂ ୭ରେ ଶ୍ରୀ ଗଣପତି ସିଲ୍କର ଶତ ପ୍ରତିଶତ ଶୁଦ୍ଧ ସିଲ୍କ ଉତ୍ପାଦ ମେଳାର ଚାହିଦାକୁ ଦ୍ୱିଗୁଣିତ କରିଥିବାବେଳେ ପ୍ରାୟ ୩୦% ଆକର୍ଷଣୀୟ ରିହାତି କାରବାରକୁ ୨ଗୁଣା ବଢାଇ ଦେଇଥିବା ଗଣପତି ସିଲ୍କ ପକ୍ଷରୁ ବିସ୍ତୃତ ଭାବେ ଆଲୋକପାତ କରାଯାଇଛି।
ଉଲ୍ଲେଖଯୋଗ୍ୟ, ବେଙ୍ଗାଲୁରୁର ପ୍ରତିଷ୍ଠିତ ବୁଣାକାର ପ୍ରତିଷ୍ଠାନ ଶ୍ରୀ ଗଣପତି ସିଲ୍କ ବର୍ଷରେ ୩ ମାସ ଉତ୍ପାଦ ପ୍ରସ୍ତୁତି କରିଥିତ୍ଲାବେଳେ ବଳକା ୯ମାସ ସରକାରୀ ମେଳାରେ ସାମିଲ ହୋଇ ସାମଗ୍ରୀ ବିକ୍ରୟ କରିଥାଏ। ବିଶେଷ କରି ସିଲ୍କ ଶାଢିର ବ୍ୟାପକ ସମ୍ଭାର ସାଙ୍ଗକୁ ଆକର୍ଷଣୀୟ ରିହାତି ଗ୍ରାହକଙ୍କୁ ବେଶ୍‌ ସୁହାଉଥିଲାବେଳେ ଗ୍ରାହକଙ୍କ ଆବଶ୍ୟକତା ଓ ବଜାର ଚାହିଦା ଅନୁଯାୟୀ ପ୍ରତିଷ୍ଠାନ ଉତ୍ପାଦ ପ୍ରସ୍ତୁତି କରିଥାଏ। ସେହିଭଳି ବୟନିକା ପକ୍ଷରୁ ଆୟୋଜିତ ଏହି ଜାତୀୟସ୍ତରୀୟ ହସ୍ତତନ୍ତ ମେଳା ଅକ୍ଟୋବର ପ୍ରଥମ ସପ୍ତାହର ଶେଷ ହେବ।

Share