Categories: ଜାତୀୟ

ନାରାୟଣ ମୂର୍ତ୍ତିଙ୍କ ନିଯୁକ୍ତି ଆବେଦନକୁ ଖାରଜ କରିଥିଲେ ପ୍ରେମ୍‌ଜୀ

ନୂଆଦିଲ୍ଲୀ,୧୫।୧: ଇନ୍‌ଫୋସିସିର ସହପ୍ରତିଷ୍ଠାତା ତଥା ଭାରତର ଆଇଟି ଶିଳ୍ପର ଆଇକନ୍‌ ନାରାୟଣ ମୂର୍ତ୍ତି ଏକଦା ଚାକିରି କରିବା ପାଇଁ ଓ୍ବିପ୍ରୋରେ ଆବେଦନ କରିଥିଲେ। ତତ୍କାଳୀନ ଓ୍ବିପ୍ରୋ ମୁଖ୍ୟ ଅଜିମ୍‌ ପ୍ରେମଜୀ ତାଙ୍କ ଆବେଦନକୁ ଖାରଜ କରିଦେଇଥିଲେ ବୋଲି ନାରାୟଣ ଏକ ସାକ୍ଷାତ୍‌କାରରେ କହିଛନ୍ତି। ତେବେ ତାଙ୍କୁ ନିଯୁକ୍ତି ନ ଦେଇ ଭୁଲ କରିଥିବା ପ୍ରେମଜୀ ପରେ ସ୍ବୀକାର କରିଥିଲେ। ଯଦି ସେ ଓ୍ବିପ୍ରୋରେ ନିଯୁକ୍ତି ପାଇଥାନ୍ତେ, ତେବେ ଭିନ୍ନ ସ୍ଥିତି ହୋଇଥାନ୍ତା। ପ୍ରେମ୍‌ଜୀ ତାଙ୍କ ଆବେଦନକୁ ଅଗ୍ରାହ୍ୟ କରିଦେଇ ପରୋକ୍ଷରେ ତାଙ୍କୁ ଇନ୍‌ଫୋସିସ୍‌ ପ୍ରତିଷ୍ଠା କରିବା ଲାଗି ସୁଯୋଗ ଦେଇଥିଲେ। ୧୯୮୧ରେ ନାରାୟଣ ଇନ୍‌ଫୋସିସ୍‌ ପ୍ରତିଷ୍ଠା କରିଥିଲେ, ଯାହା ଏବେ ଏକ ମଲ୍ଟିନ୍ୟାଶନାଲ କର୍ପୋରେଶନ। ଏହାର ଭାରତର ଅନ୍ୟତମ ଶୀର୍ଷ ଆଇଟି କନ୍‌ସଲ୍ଟିଂ କମ୍ପାନୀ ହୋଇଥିବାବେଳେ ଓ୍ବିପ୍ରୋ ଏବଂ ଟାଟା କନ୍‌ସଲ୍ଟାନ୍ସି ସର୍ଭିସେସ୍‌ (ଟିସିଏସ୍‌) ସହ ପ୍ରତିଦ୍ୱନ୍ଦ୍ୱିତା କରୁଛି।

Share