ଭୁବନେଶ୍ୱର,୧୫।୧୧: ଆଜିଠୁ ପାରାଦୀପ ଉପକୂଳରେ ସମରାଭ୍ୟାସ। ଯାହାର ନାଁ ରଖାଯାଇଛି ‘ସି-ଭିଜିଲ’। ଓଡ଼ିଶା ସମେତ ଆନ୍ଧ୍ର, ପଶ୍ଚିମବଙ୍ଗ ଓ ମହାରାଷ୍ଟ୍ର ଆଦି ୪ଟି ରାଜ୍ୟ ମିଳିତ ଭାବେ ଏହି ସମରାଭ୍ୟାସ କରିବେ। ନୌସେନା, ସାମୁଦ୍ରିକ ପୋଲିସ, ବନ ବିଭାଗ, ମତ୍ସ୍ୟ ବିଭାଗ, ଓଡିଶା ପୋଲିସ, ଗୁଇନ୍ଦା ବିଭାଗ ଇତ୍ୟାଦି କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ୧୩ରୁ ଅଧିକ ସଂସ୍ଥା ଏହି ଅଭ୍ୟାସରେ ସାମିଲ ହେବେ। ଜଳପଥରେ ବାହ୍ୟଶତ୍ରୁର ପ୍ରବେଶ ଉଦ୍ୟମକୁ ପ୍ରତିରୋଧ କରିବାକୁ ଲକ୍ଷ୍ୟ ରହିଛି।