କେନ୍ଦୁଝର,୧୪।୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ଭାଜପା କାର୍ଯ୍ୟାଳୟଠାରେ ଜିଲା ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମାଙ୍କ ସଭାପତିତ୍ୱରେ ଶୁକ୍ରବାର ଆଗାମୀ ତିନିମାସ ପାଇଁ ଏକ ଖସଡ଼ା ପ୍ରସ୍ତୁତ କରାଯାଇଛି। ସଂସଦୀୟ କ୍ଷେତ୍ର ପ୍ରଭାରୀ ସଞ୍ଜୀବ ମହାନ୍ତି, ସଂଯୋଜକ ଶୁକଦେବ ମହାନ୍ତିଙ୍କ ସଂଯୋଜନାରେ ସମସ୍ତ ବିଧାନସଭାର ପ୍ରଭାରୀ,ସଂଯୋଜକ,ପୂର୍ବତନ ବିଧାୟକ ପ୍ରାର୍ଥୀମାନଙ୍କୁ ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ବିଶେଷ କରି ସ୍ଥାନୀୟ ସମସ୍ୟା ଗୁଡ଼ିକ ଉପରେ ଗରୁତ୍ୱ ଦେଇ କେନ୍ଦ୍ରର ସମସ୍ତ ଲୋକାଭିମୁଖୀ ଯୋଜନା କିପରି ଯୋଗ୍ୟ ହିତାଧିକାରୀମାନଙ୍କୁ ମିଳିପାରିବ,ତାହା ଉପରେ ବିଶେଷ ଦୃଷ୍ଟି ଦେବାକୁ ଆଲୋଚନା କରାଯାଇଥିଲା। ଏହା ସହିତ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଅର୍ଜୁନ ମୁଣ୍ଡାଙ୍କ ଆଗାମୀ ମାସ କେନ୍ଦୁଝର ଗ୍ରସ୍ତ କାର୍ଯ୍ୟକ୍ରମକୁ ସଫଳ କରାଯିବା ସହ ଦଳର ସଙ୍ଗଠନ ତୃଣମୂଳ ସ୍ଥରରେ କିପରି ସୁଦୃଢ ରହିବ ସେ ବିଷୟରେ ଆଲୋଚନା ହୋଇଥିବା ଜଣାପଡିଛି।