Advertisement

କଟ୍‌ନି ଛଟ୍‌ନି ବନ୍ଦ କରିବାକୁ ମଣ୍ଡିକୁ ଯିବେ ଭାଜପା ନେତା

ବରଗଡ଼,୧୦।୧୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭାଜପା କୃଷକ ମୋର୍ଚ୍ଚା ଆନୁକୂଲ୍ୟରେ ଦଳର ଜିଲା କାର୍ଯ୍ୟାଳୟରେ ଧାନ ସଂଗ୍ରହ ଅଭିଯାନ ପ୍ରସ୍ତୁତି ବୈଠକ ରବିବାର ଅନୁଷ୍ଠିତ ହୋଇଯାଇଛି। ଜିଲା ସଭାପତି ଯଶୋବନ୍ତ ସେଠ ଏଥିରେ ସଭାପତିତ୍ୱ କରିଥିଲେ। ବୈଠକରେ ରାଜ୍ୟ ଭାଜପା କୃଷକ ମୋର୍ଚ୍ଚା ସଭାପତି ମହେଶ୍ୱର ସାହୁ ମୁଖ୍ୟ ଅତିଥି, ଜିଲା ସଭାପତି ଅରୂପାନନ୍ଦ ସାହୁ, ବରିଷ୍ଠ ନେତା ସୌରୀଚରଣ ବାରିକ, ରାଜ୍ୟ ଉପ ସଭାପତି ହଳପାଣି ମାଝୀ, ପୁଲିନ ପ୍ରକାଶ ପୁହାଣ, ସମ୍ପାଦକ ପ୍ରଶାନ୍ତ ସ୍ବାଇଁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ।

ବୈଠକରେ ଅନେକ ଚାଷୀନେତା ସାମିଲ ହୋଇଥିଲେ। ଚଳିତ ବର୍ଷ ଖରିଫ୍‌ ଧାନ କିଣା କାରବାରରେ କଟ୍‌ନି ଛଟ୍‌ନି ବନ୍ଦ କରିବା ସହିତ ସ୍ବଚ୍ଛତା ଅବଲମ୍ବନ କରିବା ପାଇଁ ଭାଜପା କୃଷକ ମୋର୍ଚ୍ଚା ଜିଲାସାରା ସମସ୍ତ ଧାନମଣ୍ଡିକୁ ଯିବା ସହ ତଦାରଖ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା।

ଏଥିପାଇଁ ଦଳର କୃଷକ ମୋର୍ଚ୍ଚା କାର୍ଯ୍ୟକର୍ତ୍ତାମାନଙ୍କୁ ଦାୟିତ୍ୱ ବଣ୍ଟନ କରାଯାଇଥିଲା। ବୈଠକରେ ଜିଲା ଉପ ସଭାପତି ସଞ୍ଜୟ ଉପାଧ୍ୟାୟ, ହରିହର ସାହୁ, ଜିଲା ସମ୍ପାଦକ ପ୍ରଶାନ୍ତ ସାହୁ, ସଙ୍ଗୀତ ଭୋଇ, ପ୍ୟାରୀ ସାହୁ, ମଣ୍ଡଳ ସଭାପତି ସତ୍ୟନାରାୟଣ କର୍ଣ୍ଣ, ସୁରେନ୍ଦ୍ର କାଣ୍ଡ, ଲିଙ୍ଗରାଜ ଥାଟି, ପ୍ରଶାନ୍ତ ସେନ, ଲଳିତ କର୍ମୀ ପ୍ରମୁଖ ଉପସ୍ଥିତ ଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share