ଶ୍ରୀଲିଙ୍ଗରାଜଙ୍କ କାର୍ତ୍ତିକ ବ୍ରତ ପ୍ରସ୍ତୁତି

ପୁରୁଣା ଭୁବନେଶ୍ୱର,୩୦ା୧୦(ଡି.ଏନ୍‌.ଏ.): ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରାଇଦାମୋଦର ବେଶ ଏବଂ କାର୍ତ୍ତିକ ବ୍ରତ ପାଳନ ନେଇ ମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। କୋଭିଡ-୧୯ ପାଇଁ ୭ମାସ ଧରି ଠାକୁରଙ୍କ ରୋଷ ତଥା ଆନନ୍ଦ ବଜାର ବନ୍ଦ ରହିଛି। ଫଳରେ ବ୍ରତଧାରୀଙ୍କ ପାଇଁ ମହାପ୍ରସାଦ ଉପଲବ୍ଧ ହେବା ମଧ୍ୟ ଆଶଙ୍କାରେ ରହିଛି। ନଭେମ୍ବର ୧ରୁ ପ୍ରତ୍ୟେକ ଦିନ ଠାକୁରଙ୍କ ରାଇଦାମୋଦର ବେଶ ଦୁଇ ଥର ଅନୁଷ୍ଠିତ ହେବ। ନୀତିନିର୍ଘଣ୍ଟ ଅନୁଯାୟୀ ସକାଳ ଓ ସନ୍ଧ୍ୟା ଧୂପରେ ଏହି ବେଶ ଲାଗି ହେବ।

Share