ପ୍ରସ୍ତୁତି ଶେଷ: ନିୟୋଜିତ ହେବେ ୨୨ ହଜାର ପୋଲିଂ କର୍ମଚାରୀ

ଭୁବନେଶ୍ୱର,୨୨ା୩(ବ୍ୟୁରୋ):ଆସନ୍ତା ୨୪ ତାରିଖରେ ୧୦୬ ପୌରସଂସ୍ଥା ଓ ୩ ମହାନଗର ନିଗମରେ ନିର୍ବାଚନ ଅନୁଷ୍ଠିତ ହେବ। ସକାଳ ୮ଟାରୁ ଅପରାହ୍ନ ୫ଟା ମଧ୍ୟରେ ଭୋଟଗ୍ରହଣ କରାଯିବ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ବୋଲି ସୋମବାର ଖବରଦାତା ସମ୍ମିଳନୀରେ ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ ସୂଚନା ଦେଇଛନ୍ତି। କମିଶନର କହିଛନ୍ତି, ନିର୍ବାଚନକୁ ଶୃଙ୍ଖଳାର ସହ ପରିଚାଳନା କରିବା ପାଇଁ ୧୯୫ ପ୍ଲାଟୁନ୍‌ ଫୋର୍ସ ମୁତୟନ ହେବେ। ଭୁବନେଶ୍ୱର ମହାନଗର ନିଗମ ପାଇଁ ୩୦ ପ୍ଲାଟୁନ୍‌ ଫୋର୍ସ, କଟକ ମହାନଗର ନିଗମ ପାଇଁ ୨୦ ପ୍ଲାଟୁନ୍‌ ଫୋର୍ସ ଓ ବ୍ରହ୍ମପୁର ମ୍ୟୁନିସିପାଲ କର୍ପୋରେଶନ ପାଇଁ ୧୦ ପ୍ଲାଟୁନ୍‌ ଫୋର୍ସ ମୁତୟନ ହେବେ। ଏହାଛଡ଼ା ୩୦୦ ମୋବାଇଲ ପାର୍ଟି ରହିବେ। ସେଥିମଧ୍ୟରୁ ୧୦୯ ମୋବାଇଲ ପାର୍ଟି ୩ଟି ମହାନଗର ନିଗମ ପାଇଁ ନିୟୋଜିତ ହେବେ। ପ୍ରତି ବୁଥ୍‌ରେ ଜଣେ ଲେଖାଏ ହାବିଲଦାର କିମ୍ବା କନଷ୍ଟେବଳ କିମ୍ବା ସଶସ୍ତ୍ର ପୋଲିସ ମୁତୟନ ରହିବେ। ଅତି ସମ୍ବେଦନଶୀଳ ବୁଥ୍‌ରେ ଜଣେ ହାବିଲଦାର କିମ୍ବା କନଷ୍ଟେବଳ ସହ ଆଉ ଜଣେ ସଶସ୍ତ୍ର ପୋଲିସ ରହିବେ। ନିର୍ବାଚନ ହେଉଥିବା ପ୍ରତ୍ୟେକ ପୌରାଞ୍ଚଳ ଥାନାରେ ଗୋଟିଏ କିମ୍ବା ଦୁଇଟି ଷ୍ଟ୍ରାଇକିଂ ଫୋର୍ସ ରହିବେ। ଏହାଛଡ଼ା ପ୍ରତି ଜିଲା ସଦରମହକୁମାରେ ଗୋଟିଏ କିମ୍ବା ଦୁଇ ପ୍ଲାଟୁନ୍‌ ଫୋର୍ସ ଜରୁରୀ ପରିସ୍ଥିତି ପାଇଁ ନିୟୋଜିତ ହେବେ।
ଏହି ନିର୍ବାଚନରେ ମେୟର ଓ ଅଧ୍ୟକ୍ଷ ପଦବୀ ପାଇଁ ୫୬୯, କର୍ପୋରେଟର ଓ କାଉନସିଲର ପଦବୀ ପାଇଁ ୫,୮୪୨ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ମ୍ୟୁନିସିପାଲିଟି ଓ ଏନ୍‌ଏସିର ୧୬୭୨ ୱାର୍ଡ ଓ ୩ କର୍ପୋରେଶନର ୧୬୫ ୱାର୍ଡରେ ନିର୍ବାଚନ ହେବ। କଟକ ମହାନଗର ନିଗମ ଏବଂ ବାରିପଦା ମ୍ୟୁନିସିପାଲିଟିର ଅଧ୍ୟକ୍ଷ ପଦ ପାଇଁ ମୋଟ ୧୬ ଜଣ ପ୍ରାର୍ଥୀ ଥିବା ବେଳେ କୋରାପୁଟ ଜିଲା ଜୟପୁର ମ୍ୟୁନିସିପାଲିଟିର ଅଧ୍ୟକ୍ଷ ପଦବୀ ପାଇଁ ମୋଟ ୧୮ ଜଣ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ମ୍ୟୁନିସିପାଲିଟି ଓ ଏନ୍‌ଏସିର ୨,୯୮୯ ବୁଥ୍‌ ଏବଂ ୩ଟି କର୍ପୋରେଶନର ୧୩୮୪ ବୁଥ୍‌ରେ ୪୦ ଲକ୍ଷ ୫୫ ହଜାର ଭୋଟରଙ୍କ ପାଇଁ ମତଦାନ ବ୍ୟବସ୍ଥା କରାଯାଇଛି। ଭୋଟ ଗ୍ରହଣ ପାଇଁ ମୋଟ ୨୨ ହଜାର ପୋଲିଂ କର୍ମଚାରୀ ରହିବେ। ମାର୍ଚ୍ଚ ୨୨ ଅପରାହ୍ନ ୫ଟା ସୁଦ୍ଧା ପ୍ରଚାର କାର୍ଯ୍ୟ ସରିବ। ୨୩ ଅପରାହ୍ନ ସୁଦ୍ଧା ସବୁ ପୋଲିଂ ଷ୍ଟାଫ୍‌ ନିଜ ନିଜ ବୁଥ୍‌ରେ ପହଞ୍ଚିବେ। ୨୪ ତାରିଖରେ ସକାଳ ୮ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ହେବ। ନିର୍ଦ୍ଦିିଷ୍ଟ ମତଦାନ କେନ୍ଦ୍ରରେ ସମସ୍ତ ପୌର ଭୋଟର ୨୪ ତାରିଖ ସକାଳ ୮ଟାରୁ ସନ୍ଧ୍ୟା ୫ଟା ମଧ୍ୟରେ ନିଜ ମତାଧିକାର ସାବ୍ୟସ୍ତ କରିବାକୁ ମତଦାତାଙ୍କୁ ନିର୍ବାଚନ କମିଶନର ଅନୁରୋଧ କରିଛନ୍ତି। ଏଥିସହ ବ୍ରହ୍ମପୁର ମ୍ୟୁନିସିପାଲ କର୍ପୋରେଶନର ୩ଟି ୱାର୍ଡ ସମେତ ଅନ୍ୟ ମ୍ୟୁନିସିପାଲ କର୍ପୋରେଶନର ୫୮ଟି ୱାର୍ଡରେ ମନୋନୟନ ଦାଖଲ କରିଥିବା ପ୍ରାର୍ଥୀ ନିର୍ଦ୍ୱନ୍ଦ୍ୱରେ ବିଜୟୀ ହୋଇଛନ୍ତି। ସେହିପରି ପଟ୍ଟାମୁଣ୍ଡାଇ ମ୍ୟୁନିସିପାଲିଟି, କାମାକ୍ଷାନଗର ଏନ୍‌ଏସି ଓ ପୁରୁଷୋତ୍ତମପୁର ଏନ୍‌ଏସିର ଗୋଟିଏ ଲେଖାଏ ୱାର୍ଡରେ କେହି ପ୍ରାର୍ଥତ୍ପତ୍ର ଦାଖଲ କରିନାହାନ୍ତି। ୨୬ ତାରିଖ ସକାଳ ୮ଟାରୁ ଭୋଟ ଗଣତି ଚାଲିବ।


Enter your email to get our daily news in your inbox.

All Right Reserved By Dharitri.Com

କାଲି ଆସିବ ବଡ଼ ନିଷ୍ପତ୍ତି, ଭରତପୁର ଘଟଣାରେ ପୋଲିସର ଭୁବନେଶ୍ୱରରେ ବସିବ ବଡ଼ ବୈଠକ

ଭୁବନେଶ୍ୱର,୨୧।୯: ତୀବ୍ର ହେଲା ଭରତପୁର ପୋଲିସ-ମେଜର ବିବାଦ। ଘଟଣାକୁ ନେଇ ବଡ଼ ବୈଠକ ଡାକିଲା ଓଡ଼ିଶା ପୋଲିସ ସେବା ସଂଘ। ଏନେଇ ରବିବାର ଭୁବନେଶ୍ବରରେ ବସିବ...

୫୦ ଟଙ୍କା ନେଇ ଧରାପଡ଼ିଲେ ମୋ ସେବା କେନ୍ଦ୍ର ମାଲିକ

ରାଉରକେଲା,୨୧।୯(ସଙ୍ଗୀତା ଜେନା): ପ୍ଲାଣ୍ଟସାଇଟ୍‌ ଥାନା ଅନ୍ତର୍ଗତ ଷ୍ଟେଶନ ରୋଡ୍‌ରେ ଥିବା ଏକ ମୋ ସେବା କେନ୍ଦ୍ରର ମାଲିକ ସୁଭଦ୍ରା ଯୋଜନା ପାଇଁ ହିତାଧିକାରୀଙ୍କୁ ୫୦ ଟଙ୍କା...

ଲାଞ୍ଚ ନେଇ ଧରା ପଡିଲେ ୨ ପୋଲିସ ବାବୁ, ଜବତ ବାଇକ୍‌ ଫେରାଇବା ପାଇଁ…

ନବରଙ୍ଗପୁର,୨୧।୯: ଲାଞ୍ଚ ନେଇ ଧରାପଡ଼ଛନ୍ତି ୨ ପୋଲିସ କର୍ମଚାରୀ। ନବରଙ୍ଗପୁର ପାପଡ଼ାହାଣ୍ଡି ଥାନାର ୨ କର୍ମଚାରୀ ଲାଞ୍ଚ ନେଉଥିବା ଅବସ୍ଥାରେ ଧରା ପଡିଛନ୍ତି। ସେମାନେ ହେଲେ...

ଏମାନଙ୍କୁ ଆଦୌ ମିଳିବନି ସୁଭଦ୍ରା ଟଙ୍କା, ଆବେଦନ କଲେ ବି କଟିଯିବ…

ଭୁବନେଶ୍ୱର,୨୧।୯: ସୁଭଦ୍ରା ଯୋଜନାର ଶୁଭାରମ୍ଭ ପରେ ୨୫ ଲକ୍ଷ ମହିଳାଙ୍କ ଆକାଉଣ୍ଟକୁ ଟଙ୍କା ଯାଇଛି। ପ୍ରାୟ ୧୨ ଶହ ୫୦ କୋଟି ଟଙ୍କା ସୁଭଦ୍ରା ହିତାଧିକାରୀଙ୍କ...

ଅଭିଯୋଗ ପ୍ରକୋଷ୍ଠରେ ରହିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ନିଜ ଘର ଦେଇଦେଲେ…

ଭୁବନେଶ୍ୱର,୨୧।୯: ଉଦାହରଣ ସୃଷ୍ଟିକଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଲୋକଙ୍କ ପାଇଁ ନିଜ ଘର ଦେଇଦେଲେ ମୁଖ୍ୟମନ୍ତ୍ରୀ। କେନ୍ଦୁଝରରେ ଥିବା ନିଜ ମଣ୍ଡୁଆ ବାସଭବନକୁ ଲୋକଙ୍କୁ ଉତ୍ସର୍ଗ...

ଗୋଟିଏ ଟ୍ରାକ୍‌ରେ ୨ ଟ୍ରେନ୍‌ ସାମ୍‌ନା ସାମ୍‌ନି

ରାଉରକେଲା,୨୧।୯(ଦିନେଶ ମିଶ୍ର): ରାଉରକେଲା ବାସନ୍ତୀ ରେଲୱେ ଓଭରବ୍ରିଜ ନିକଟରେ ଶନିବାର ଗୋଟିଏ ରେଳ ଦୁର୍ଘଟଣା ଟଳିଯାଇଛି। ଗୋଟିଏ ରେଳ ଟ୍ରାକ୍‌ରେ ଗୋଟିଏ ମାଲବାହୀ ଓ ଅନ୍ୟଟି...

ସୃଷ୍ଟିହେଲା ୨ଟି ଘୂର୍ଣ୍ଣିବଳୟ, ୧୨ଜିଲାରେ ଅତି ପ୍ରବଳ ବର୍ଷିବ

ଭୁବନେଶ୍ୱର,୨୧।୯: ବଙ୍ଗୋପସାଗର ଓ ତତ୍‌ ସଂଲଗ୍ନ ଅଞ୍ଚଳରେ ୨ଟି ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହାର ପ୍ରଭାବରେ ୨୩ ତାରିଖ ସୁଦ୍ଧା ଲଘୁଚାପ କ୍ଷେତ୍ର ସୃଷ୍ଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri