କରୋନା ମହାମାରୀ ଯୋଗୁ ଇଣ୍ଡିଆନ୍ ପ୍ରିମିୟମ୍ ଲିଗ୍(ଆଇପିଏଲ୍) ଅନୁଷ୍ଠିତ ହେବା ଆଶଙ୍କା ବଢି ବଢି ଯାଉଛି। ଆଇସିସି ଦ୍ୱାରା ଟି-୨୦ ବିଶ୍ୱକପ୍ ସ୍ଥଗିତ ହେବା ପରେ ଆଇପିଏଲ୍ ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ଏବେ ଭାରତରେ ଆଇପିଏଲ୍ ହେବା ଅସମ୍ଭବ ମନେ ହେଉଛି। ଏହି ପରିସ୍ଥିତିରେ ୟୁଏଇରେ ଏହାର ଆୟୋଜନ ହେବା ନେଇ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଏଥର ଆଇପିଏଲ ସେପ୍ଟେମ୍ବର ୧୯ରେ ୟୁଏଇରେ ଆରମ୍ଭ ହେବ ବୋଲି କୁହାଯାଉଛି। ଏହାର ଫାଇନାଲ ନଭେମ୍ବର ୮ରେ ହେବାର ସମ୍ଭାବନା ରହିଛି। ବିସିସିଆଇ ଏବେ ନିଜ ଯୋଜନା ବାବଦରେ ପ୍ରାଞ୍ଚାଇଜ୍ ଗୁଡିକୁ ଅବଗତ କରାଇଛି। ଏଥର ଆଇପିଏଲ ୫୧ ଦିନ ପର୍ଯ୍ୟନ୍ତ ଚାଲିବ ବୋଲି କୁହାଯାଉଛି।