ଉପଖଣ୍ଡସ୍ତରୀୟ ଉତ୍କଳ ଦିବସ ପାଳନ ପାଇଁ ପ୍ରସ୍ତୁତି ଆରମ୍ଭ

ବାଲିଗୁଡ଼ା,୨୪।୩(ସଞ୍ଜୟ କୁମାର ପାଣିଗ୍ରାହୀ): ୧୯୩୬ ଅପ୍ରିଲ ୧ ତାରିଖ ଦିନ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠିତ ହୋଇଥିଲା। ଉକ୍ତ ଦିବସକୁ ଉତ୍କଳ ଦିବସ ଭାବେ ଓଡ଼ିଶାର ପୁରପଲ୍ଲୀରେ ପ୍ରତିବର୍ଷ ପାଳନ କରାଯାଉଛି। ଚଳିତ ବର୍ଷ କିପରି ଧୂମ୍‌ଧାମରେ ଉତ୍କଳ ଦିବସ ପାଳନ କରାଯିବ ସେ ନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି।

ସ୍ଥାନୀୟ ଉପ ଜିଲାପାଳ ତଥା ଉପଖଣ୍ଡ ଉତ୍ସବ ପାଳନ କମିଟି ସଭାପତିଙ୍କ ଅନୁମୋଦନ କ୍ରମେ ବାଲିଗୁଡ଼ା ଉପଖଣ୍ଡ ସଦର ମହକୁମାଠାରେ ଉପଖଣ୍ଡସ୍ତରୀୟ ୯୦ତମ ଉତ୍କଳ ଦିବସ ମହାସମାରୋହରେ ପାଳନ କରିବାକୁ ସ୍ଥିର କରାଯାଇଛି।

ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଉତ୍କଳ ଦିବସ ପାଳନ ଅବସରରେ ପ୍ରତ୍ୟୁଷରୁ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ପକ୍ଷରୁ ଡାକବାଜି ଯନ୍ତ୍ର ଯୋଗେ ସହରରେ ଉତ୍କଳ ବନ୍ଦନା ‘ବନ୍ଦେ ଉତ୍କଳ ଜନନୀ’ ପରିବେଷଣ କରାଯିବ । ପରେ ବିଦ୍ୟାଳୟର ଛାତ୍ରୀଛାତ୍ର ନିଜ ନିଜ ଅନୁଷ୍ଠାନରୁ ପ୍ରଭାତ ଫେରୀ କାର୍ଯ୍ୟକ୍ରମରେ ବାହାରି ଟାଉନ ହଲ୍‌ ସଭାଗୃହ ପରିସରରେ ସମବେତ ହେବେ।

ପରେ ଓଡ଼ିଶାର ବରପୁତ୍ରମାନଙ୍କ ଫଟୋଚିତ୍ରରେ ପୁଷ୍ପ ମାଲ୍ୟାର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯିବ। ପ୍ରଭାତ ଫେରି ଓ ସଭାସ୍ଥଳର ଛାତ୍ରୀଛାତ୍ର ତଥା ଜନସାଧାରଣଙ୍କ ସମାଗମକୁ ଦୃଷ୍ଟିରେ ରଖି ଯାନବାହନ ନିୟନ୍ତ୍ରଣ ଓ ଶାନ୍ତି ଶୃଙ୍ଖଳା ନିମନ୍ତେ ବାଲିଗୁଡ଼ା ଥାନା ଭାରପ୍ରାପ୍ତ ଅଧିକାରୀଙ୍କୁ ଅନୁରୋଧ କରାଯାଇଛି।

ପ୍ରତ୍ୟେକ ବିଦ୍ୟାଳୟରୁ କେବଳ ୧୦ଜଣ ଛାତ୍ରଛାତ୍ରୀ ଫୁଲମାଳ ସହିତ ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ସହିତ ଆସିବେ । ଏଥି ନିମନ୍ତେ ବାଲିଗୁଡା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ଅନୁରୋଧ କରାଯାଇଛି l ଏପରି କି ବିଭିନ୍ନ ପ୍ରକାର ପ୍ରତିଯୋଗିତା ଚଳିତ ମାସ ୨୬ ତାରିଖରୁ ଆରମ୍ଭ ହେବ l

ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ୱାରା ପୁରସ୍କାର ବିତରଣ କରାଯିବା ପାଇଁ ସ୍ଥିର କରାଯାଇଛି । ଓଡ଼ିଶା ଦିବସ ଉପଲକ୍ଷେ ସହରର ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ଓ ବିଭିନ୍ନ ଅନୁଷ୍ଠାନର କୋଠାବାଡ଼ିମାନଙ୍କରେ ୩୧ ତାରିଖ ସା ଓ ଉତ୍କଳ ଦିବସ ଦିନ ସ୍ବ-ଖର୍ଚ୍ଚରେ ଆଲୋକମାଳ ଓ ଦୀପରେ ସଜ୍ଜିତ କରିବା ପାଇଁ ସମସ୍ତ କାର୍ଯ୍ୟାଳୟ ମୁଖ୍ୟ ଓ ବ୍ୟକ୍ତି ବିଶେଷଙ୍କୁ ଅନୁରୋଧ କରାଯାଇଛି । ଉତ୍ସବଟିକୁ ସୁନ୍ଦର କରିବା ପାଇଁ ସ୍ଥାନୀୟ ଉପ ଜିଲାପାଳ ତଥା ଉପଖଣ୍ଡ ଉତ୍ସବ ପାଳନ କମିଟିର ସଭାପତି ଡ. ରୀନା ପ୍ରଧାନ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ସହ ଯୁକ୍ତିତର୍କ ପରେ ଫ୍ୟାନ୍‌ରେ ଝୁଲି ପଡ଼ିଲେ ନାବାଳକ

ଫୁଲବାଣୀ, ୨୭।୩(ରାକେଶ କୁମାର ରାଉତ)-କନ୍ଧମାଳ ଜିଲା ଫୁଲବାଣୀ ଟାଉନ ଥାନା ଅନ୍ତର୍ଗତ କେନ୍ଦୁପଦର ଅଞ୍ଚଳରେ ବୁଧବାର ଜଣେ ନାବାଳକଙ୍କ ମୃତଦେହ ସନ୍ଦେହ ଜନକ ଅବସ୍ଥାରେ ଉଦ୍ଧାର...

ଦାମୋଦରପୁରରେ ମା’ ଦଣ୍ଡକାଳୀ ଉତ୍ସବ, ମନ ଜିଣିଲା ଉଷାରାଣୀଙ୍କ ଆଙ୍କରିଂ

ଗଞ୍ଜାମ,୨୬।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଦାମୋଦରପୁର ଗ୍ରାମରେ ପ୍ରଥମ ମା ଦଣ୍ଡକାଳୀଙ୍କ ଉତ୍ସବ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଛତ୍ରପୁର କମାପାଲି ଦଣ୍ଡ ସକାଳେ...

ମୁକୁନ୍ଦପୁର ଘାଟିରେ ଓଲଟିଲା ବସ୍‌, ୨୩ ଆହତ, ୩ ଗୁରୁତର

ରାୟଗଡ଼ା,୨୭।୩(ଆଶିଷ ରଞ୍ଜନ ପଣ୍ଡା): ମୁକୁନ୍ଦପୁର ଘାଟିରେ ବସ ଓଲଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୨୩ ଜଣ ଯାତ୍ରୀ ଆହତ ହୋଇଥିବା ବେଳେ ୩ ଜଣ ଯାତ୍ରୀ...

ଶିମିଳିପାଳରେ ନୂତନ ଅଦା ଜାତୀୟ ଉଦ୍ଭିଦ

ବାରିପଦା,୨ା୩(ନୀଳାଦ୍ରି ବିହାରୀ ଦଣ୍ଡପାଟ):ମୟୂରଭଞ୍ଜ ଜିଲା ବାରିପଦା ତକତପୁରସ୍ଥିତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ଉଦ୍ଭିଦ ବିଜ୍ଞାନ ବିଭାଗ ଶିମିଳିପାଳ ସଂରକ୍ଷିତ ଜୈବମଣ୍ଡଳରୁ ଏକ ନୂତନ ଅଦା...

ଇନ୍ଦ୍ରାବତୀ କେନାଲକୁ ଖସିଲା କାର୍‌: ଶିଶୁ ସମେତ ବୃଦ୍ଧଙ୍କ ମୃତ୍ୟୁ

ଭବାନୀପାଟଣା,୨୭ା୩(ଉତ୍ତମ କୁମାର ଦାଶ)କଳାହାଣ୍ଡି ଜିଲା କଲମପୁର ଥାନା ଅନ୍ତର୍ଗତ ଠେଲକୋମୁଣ୍ଡା ଇନ୍ଦ୍ରାବତୀ କେନାଲ ନିକଟରେ ବୁଧବାର ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ବାଇକ୍‌ ସହ...

ସମସ୍ୟାଘେରରେ ବିଜ୍ରାଦର ଗାଁ

ଭବାନୀପାଟଣା,୨୭ା୩(ଉତ୍ତମ କୁମାର ଦାଶ)କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ବୁଢ଼ୀଦର ପଞ୍ଚାୟତର ବିଜ୍ରାଦର ଗାଁ। ବଣ ପାହାଡ଼ ଘେରା ଏହି ଗାଁ ରାଜସ୍ବ ଗ୍ରାମର ମାନ୍ୟତା ପାଇଥିଲେ...

ବନ୍ଦ ହୋଇଯିବ ୪୦ ବର୍ଷ ପୁରୁଣା ହାଇସ୍କୁଲ; ଫୋନ୍‌ ଉଠାଉନାହାନ୍ତି ପ୍ରଧାନଶିକ୍ଷକ; ଧମକ ଦେଉଛନ୍ତି …

ସରଣ୍ଡା,୨୬।୩(ଯୁଧିଷ୍ଠିର ମହାପାତ୍ର ): ବରଗଡ଼ ଜିଲା ଅତାବିରା ବ୍ଳକ ବାବେବିରା ହାଇସ୍କୁଲ ଗତ ୨ ଶିକ୍ଷାବର୍ଷ ହେଲା ବନ୍ଦ ହୋଇ ରହିଛି। ଏଠାକାର ୪ ଜଣ...

ରାସ୍ତାକଡ଼ରେ ପଡ଼ିଥିବା ନବଜାତ ଶିଶୁକନ୍ୟାର ଗୋଡ଼କୁ ଝୁଣି ଖାଇଲା କୁକୁର, ତଦନ୍ତ ଆରମ୍ଭ କଲା ସୁନ୍ଦରଗଡ଼ ପୋଲିସ

ସୁନ୍ଦରଗଡ,୨୬।୩(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ସହର ମହେଶଡିହିସ୍ଥିତ ଥିମ ପାର୍କ ନିକଟରୁ ବୁଧବାର ଏକ ନବଜାତ ଶିଶୁ କନ୍ୟାର ମୃତଦେହକୁ ଟାଉନ ଥାନା ପୋଲିସ ଜବତ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image