ବାହୁଡ଼ାଯାତ୍ରା ନୀତି ପାଇଁ ପ୍ରଶାସନର ପ୍ରସ୍ତୁତି

ପୁରୀ ଅଫିସ,୬।୭: ବାହୁଡ଼ାଯାତ୍ରା ନୀତି ସଅଳ କରିବା ପାଇଁ ମଙ୍ଗଳବାର ଦଇତାପତି ନିଯୋଗ ସହ ଜିଲାପାଳଙ୍କ ବୈଠକ ହୋଇଛି। ଜୁଲାଇ ୮ ସା ଦର୍ଶନ ଦିନ ଅପରାହ୍ନ ୪ରୁ ଭକ୍ତଙ୍କ ଦର୍ଶନ ବନ୍ଦ ରହିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି। ସେହିପରି ସୁନାବେଶ ନୀତି ମଧ୍ୟ ଅପରାହ୍ନ ୨ଟାରୁ କରିବା ପାଇଁ ଆଲୋଚନା ହୋଇଛି। ସୁନାବେଶ ଦିନ ତିନି ରଥର ଠାକୁରଙ୍କ ଉଭୟ ପାର୍ଶରେ ପ୍ରଥମ ଥର ପାଇଁ ପାଇପ ଲଗାଯିବ। ଫଳରେ କୌଣସି ସେବାୟତ ବିଗ୍ରହଙ୍କ ସମ୍ମୁଖରେ ରହିବେ ନାହିଁ।

Share