ସମ୍ଭାବ୍ୟ ବାତ୍ୟା ନେଇ ବିଏମ୍‌ସି ପକ୍ଷରୁ ପ୍ରସ୍ତୁତି

ଭୁବନେଶ୍ୱର,୨।୫(ବ୍ୟୁରୋ): ମେୟର ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ବିଏମ୍‌ସି ପକ୍ଷରୁ ସୋମବାର ଏକ ସମୀକ୍ଷା ବୈଠକ ଆୟୋଜିତ ହୋଇଛି। ଏଥିରେ ସମ୍ଭାବ୍ୟ ବାତ୍ୟା ନେଇ ଆଲୋଚନା ହୋଇଥିବା ଜଣାପଡିଛି। ଏହି ବୈଠକରେ ସବୁ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।
ତଳିଆ ଲୋକଙ୍କୁ ସ୍ଥାନାନ୍ତର ବସ୍ତି ଲୋକଙ୍କୁ ସୁରକ୍ଷା, ଶୁଖିଲା ଓ ରନ୍ଧା ଖାଦ୍ୟ କିପରି ତୁରନ୍ତ ଯୋଗାଇ ଦିଆଯିବ ସେନେଇ ଆଲୋଚନା ହୋଇଛି। ବାତ୍ୟା ପରେ ତୁରନ୍ତ ରାସ୍ତା ସଫା କରିବାକୁ ପଦକ୍ଷେପ ସମ୍ପର୍କରେ ମଧ୍ୟ ଆଲୋଚନା କରାଯାଇଛି।

Share