Categories: ଜାତୀୟ

ବଜେଟ୍‌ ଅଧିବେଶନ ପାଇଁ ପ୍ରସ୍ତୁତି ଆରମ୍ଭ: ଆର୍‌ଟିପିସିଆର୍‌ ଟେଷ୍ଟ ବାଧ୍ୟତାମୂଳକ

ନୂଆଦିଲ୍ଲୀ,୩୦।୧: ଜାନୁୟାରୀ ୩୧ରୁ ଆରମ୍ଭ ହେବାକୁ ଥିବା ବଜେଟ ଅଧିବେଶନ ପାଇଁ ରବିବାର ରାଜ୍ୟ ସଭା ଅଧ୍ୟକ୍ଷ ଏମ ଭେଙ୍କୟା ନାଇଡୁଙ୍କ ସହ ଲୋକ ସଭା ବାଚସ୍ପତି ଓମ ବିର୍ଲାଙ୍କୁ ଭେଟି ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରିନ୍ତି। ଏହି ସମୟରେ ଲୋକ ସଭା ଓ ରାଜ୍ୟ ସଭା ସଚିବାଳୟର ବରିଷ୍ଠ ଅଧିକାରୀମାନେ ମଧ୍ୟ ତାଙ୍କ ସହ ଉପସ୍ଥିତ ଥିଲେ। ଉପରାଷ୍ଟ୍ରପତିଙ୍କ ସରକାରୀ ବାସଭବନରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକ ପ୍ରାୟ ୪୦ ମିନିଟ ପର୍ଯ୍ୟନ୍ତ ଚାଲିଥିଲା।
ଉପରାଷ୍ଟ୍ରପତି ଏବଂ ବାଚସ୍ପତି ସମସ୍ତ ଏମ୍‌ପିଙ୍କୁ ବଜେଟ ଅଧିବେଶନ ଆରମ୍ଭ ହେବାର ୪୮ ଘଣ୍ଟା ପୂର୍ବରୁ ଆର୍‌ଟିପିସିଆର୍‌ ଟେଷ୍ଟ କରିବାକୁ ଅନୁରୋଧ କରିଥିଲେ। କରୋନାର ତୃତୀୟ ଲହରକୁ ଦୃଷ୍ଟିରେ ରଖି ବଜେଟ ଅଧିବେଶନ ସମୟରେ ପାର୍ଲାମେଣ୍ଟରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ପ୍ରତ୍ୟେକ ଏମ୍‌ପିଙ୍କ ମଧ୍ୟରେ ପର୍ଯ୍ୟାପ୍ତ ସାମାଜିକ ଦୂରତା ଅଛି କି ନାହିଁ ନିଶ୍ଚିତ କରିବାକୁ ମଧ୍ୟ ଧ୍ୟାନରେ ରଖାଯାଇଛି।

Share