
ଜି.ଉଦୟଗିରି,୪ା୩(ଚିନ୍ମୟ କୁମାର ସେଠୀ): ଜି.ଉଦୟଗିରି ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା’ ରୁଦ୍ରକାଳୀଙ୍କ ଦଣ୍ଡଯାତ୍ରା ଆସନ୍ତା ଏପ୍ରିଲ ୧ ତାରିଖରୁ ୧୩ ଦିନ ଧରି ଅନୁଷ୍ଠିତ ହେବ। ସେ ସମୟରେ ରୁଦ୍ରକାଳୀ ନାଟ୍ୟ ସଂଘ ତରଫରୁ ଉପେନ୍ଦ୍ର ପରିଡ଼ାଙ୍କ ଦ୍ୱାରା ରଚିତ ସାମାଜିକ ନାଟକ ‘ବଞ୍ଚିବାକୁ ଏଠି ଡର ଲାଗୁଛି’ ମଞ୍ଚସ୍ଥ ହେବ। ସୋମବାର ଦଣ୍ଡଥଳ ଅଧିକାରୀ ଜବାହରଲାଲ ପରିଛା, ପାଟଭୁକ୍ତା ଶରଣ ପଞ୍ଜର ମାଝୀ, ପୂର୍ବତନ ପାଟଭୁକ୍ତା ବିପିନ ସାହୁ, ମନ୍ଦିର କମିଟି ସଭାପତି କାଳୁଚରଣ ପଣ୍ଡା, ସମ୍ପାଦକ ସମୀର ପାଢ଼ୀ, ବରିଷ୍ଠ କଳାକାର ସୁଦର୍ଶନ ନାୟକ, ପରିଚାଳକ ମଳୟ ମହାନ୍ତି ତଥା ସମସ୍ତ କଳାକାର ମାନଙ୍କ ଉପସ୍ଥିତିରେ ନାଟକ ବହି ମା’ ରୁଦ୍ରକାଳୀଙ୍କ ମନ୍ଦିରରେ ପୁରୋହିତ ସୂର୍ଯ୍ୟନାରାୟଣ ଆଚାର୍ଯ୍ୟଙ୍କ ଦ୍ୱାରା ପୂଜାର୍ଚ୍ଚନା କରାଯାଇଛି।