ମାରାଗୁଡ଼ା ଲୋକ ମହୋତ୍ସବ ପାଇଁ ପ୍ରସ୍ତୁତି

ନୂଆପଡ଼ା,୨୨ (ମକାରୁ ବେମାଲ): ନୂଆପଡ଼ା ଜିଲାର ପରମ୍ପରା,ଐତିହ୍ୟ, କଳା, ସଂସ୍କୃତିକୁ ଉଜ୍ଜୀବିତ ରଖିବା ପାଇଁ ଜିଲାସ୍ତରୀୟ ମାରାଗୁଡା ଲୋକ ମହୋତ୍ସବ ଏପ୍ରିଲ ପ୍ରଥମ ସପ୍ତାହରେ ମିନି ଷ୍ଟାଡିୟମଠାରେ ଆୟୋଜିତ ହେବାକୁ ଯାଉଥିବାବେଳେ ପ୍ରସ୍ତୁତି ଜୋରସୋରରେ ଚାଲିଛି। ଶୁକ୍ରବାର ପ୍ରଚାର କମିଟି ସଦସ୍ୟ ସିମାଞ୍ଚଳ ମହାପାତ୍ରଙ୍କ ନେତୃତ୍ୱରେ ଏକ ଦଳ କେରମେଲି ପଞ୍ଚାୟତର ଗୋଳାବନ୍ଧ, ପେଠିଆପାଲି ଓ ମାରାଗୁଡା ଗାଁକୁ ଯାଇ ମହୋତ୍ସବର ପ୍ରଚାର ପ୍ରସାର ସହ ପୋଷ୍ଟର ମାଧ୍ୟମରେ ଲୋକଙ୍କୁ ବୁଝାଇଥିଲେ। ମାରାଗୁଡା ସଭ୍ୟତାକୁ ନେଇ ନୂଆପଡା ମହୋତ୍ସବ ମାରାଗୁଡା ଲୋକ ମହୋତ୍ସବ ନାମରେ ନାମିତ ହୋଇଛି। ଏହି ଅବସରରେ ମାରାଗୁଡା ଗାଁ ଠାରେ ଏକ ସଭା କରାଯାଇ ରାଜା ରାଜୁତି କାଳରେ ଚୌହାନ ବଂଶ ଓ ଶ୍ରୀରାମଙ୍କ ପୁତ୍ର କୁଶ ଏହି ଅଞ୍ଚଳରେ ରାଜୁତି କରୁଥିଲେ ବୋଲି ପ୍ରଚାର କମିଟି ସଦସ୍ୟ କହିଥିଲେ। ସେ ସମୟରେ କେତେକ କୀର୍ତ୍ତିରାଜି ପତୋରା ଅପର ଜୋଙ୍କ ଜଳିସଚେନ ପ୍ରକଳ୍ପରେ ଲୀନ ହୋଇ ଯାଇଛି ବୋଲି କହିଥିଲେ। ନୂଆପଡା ଜିଲା ସଦର ମହକୁମାଠାରେ ପ୍ରତିବର୍ଷ ଲୋକ ମହୋତ୍ସବ ହୋଇ ଆସୁଥିଲା। କୌଣସି କାରଣରୁ ୨୦୧୨ ଠାରୁ ଏହା ବନ୍ଦ ହୋଇଯାଇଥିଲା। ୧୨ ବର୍ଷ ପରେ ପୁଣି ହେଉଥିବାରୁ ଜିଲାବାସୀ ବେଶ ଖୁସି ଅଛନ୍ତି ା ପ୍ରଚାର କମିଟି ସଦସ୍ୟ ଅଂଶୁମାନ ଅଗସ୍ତି, ରାହୁଳ ବାଗ ଓ ଗ୍ରାମବାସୀ ଉପସ୍ଥିତ ଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

କାଳବୈଶାଖୀର କରାଳ ରୂପ, ଉଜୁଡ଼ିଗଲା ଫସଲ

ବରଗଡ଼,୨୪।୩(ପ୍ରେମାନନ୍ଦ ଖମାରୀ): ଅଧିକ ଧାନ ଉତ୍ପାଦନ ଯୋଗୁ ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ହେଲେ ଏଠାରେ ଚାଷ ଏବଂ ଚାଷୀଙ୍କ ସମସ୍ୟା ଅସମାହିତ ରହିଛି।...

ଆଧାରକାର୍ଡ ସାଜିଛି ବାଧକ: ସରକାରୀ ଯୋଜନାରୁ ବଞ୍ଚିତ ଅନେକ ପରିବାର

ଥୁଆମୂଳ ରାମପୁର,୨୪ା୩(ଦୁର୍ଗା କୀର୍ତ୍ତି): ସରକାରଙ୍କ ନିୟମ ଅନୁସାରେ ପ୍ରତ୍ୟେକ ଲୋକଙ୍କୁ ଆଧାର କାର୍ଡ କରିବା ନିହାତି ଭାବରେ ଆବଶ୍ୟକ କାହିଁକି ନା ଯେକୌଣସି ସରକାରୀ ଯୋଜନା...

କାଳବୈଶାଖୀ କ୍ଷତିଗ୍ରସ୍ତଙ୍କ ପାଇଁ ୧୯.୬୫ କୋଟି ମଞ୍ଜୁର

ଭୁବନେଶ୍ୱର/ବାରିପଦା,୨୪ା୩ (ରବିନାରାୟଣ ଜେନା,ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଗତ ଶୁକ୍ରବାର କାଳବୈଶାଖୀଜନିତ ଝଡ଼ତୋଫାନ ଓ କୁଆପଥର ବର୍ଷାରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ପ୍ରଭାବିତ ଅଞ୍ଚଳର...

କଇଁଚଙ୍କ ଦ୍ୱିତୀୟ ପର୍ଯ୍ୟାୟ ଗଣ ଅଣ୍ଡାଦାନ ଆରମ୍ଭ

ଗଞ୍ଜାମ,୨୩ା୩(ବିଦ୍ୟାଧର ସାହୁ): ଋଷିକୁଲ୍ୟା ମୁହାଁଣରେ ଏକ ମାସ ପରେ ପୁଣି ଦ୍ୱିତୀୟ ପର୍ଯ୍ୟାୟ ଗଣ ଅଣ୍ଡାଦାନ ଆରମ୍ଭ ହୋଇଛି। ପ୍ରଥମ ଦିନରେ ୩୮ ହଜାର ୭୭୯...

ଶବ ଦାହ ପାଇଁ ମିଳୁନି କାଠ: DFO’ଙ୍କ ବାସଭବନ ଆଗରେ ମୃତଦେହ ରଖି ପ୍ରତିବାଦ

ସୁନ୍ଦରଗଡ଼,୨୩ା୩(ଜୟ ନାରାୟଣ ମେଣ୍ଡୁଳି): ମୃତଦେହ ସତ୍କାର ପାଇଁ କାଠ ନ ମିଳିବାରୁ ସନ୍ଧ୍ୟାରେ ସୁନ୍ଦରଗଡ ଡିଏଫଓଙ୍କ ବାସଭବନ ସମ୍ମୁଖରେ ମୃତଦେହ ରଖି ମୃତକଙ୍କ ପରିବାର ସହିତ...

ଅଙ୍ଗନବାଡ଼ି ଛତୁଆ ଖାଇ ଦୁଇ ଭଉଣୀ ମୃତ; ବାପା, ବଡ଼ ଝିଅ ଗୁରୁତର

ଗଜପତି, ୨୩ା୩(ଗିରିଧାରୀ ପରିଛା): ବିଷାକ୍ତ ଛତୁଆ ଖାଇ ଚାଲିଗଲା ଦୁଇ ଭଉଣୀଙ୍କ ଜୀବନ। ଏଭଳି ଅଭାବନୀୟ ଘଟଣା ଘଟିଛି ଗଜପତି ଜିଲା ରାମଗିରିରେ। ଦୁଇ ଭଉଣୀ...

ପିକଅପ୍‌ ଭ୍ୟାନ୍‌ ଧକ୍କା: ଚାଳିଗଲା ସ୍କୁଟି ଚାଳକଙ୍କ ଜୀବନ

ବରଗଡ଼,୨୩।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ବାନ୍ଦୁଟିକ୍ରା ଛକ ନିକଟରେ ରବିବାର ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦ୍ରୁତବେଗରେ ଯାଉଥିବା ଏକ ପିକଅପ୍‌ ଭ୍ୟାନ...

ଜଙ୍ଗଲରେ ପଡ଼ିଥିବା ଖୁଣ୍ଟିକୁ ନେଇ ରାଜନୀତି: ଆନ୍ଧ୍ର ତହସିଲଦାରଙ୍କ ନିକଟରେ ସୁରକ୍ଷା ଦାବି କଲେ ଗ୍ରାମବାସୀ

ପଟ୍ଟାଙ୍ଗି,୨୩ା୩(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅଧୀରେ ଥିବା କୋଟିଆ ପଞ୍ଚାୟତ ଉପରସେମ୍ବି ଗ୍ରାମ ନିକଟ ଜଙ୍ଗଲରେ ପଡ଼ିଥିବା ସୀମା ଚିହ୍ନଟ ଖୁଣ୍ଟିକୁ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image